ଆମେରିକୀୟ ରିପୋର୍ଟର ଇଭାନ୍‌ଙ୍କୁ ଜାମିନ ମିଳିଲାନି

ମସ୍କୋ, ୧୯।୪: ମସ୍କୋର ଏକ କୋର୍ଟ ମଙ୍ଗଳବାର ଆମେରିକୀୟ ଖବରଦାତା ଇଭାନ୍‌ ଜରସ୍କୋଭିଚ୍‌ଙ୍କୁ ଜାମିନ ପ୍ରଦାନ ପାଇଁ ମନା କରିଦେଇଛନ୍ତି। ରୁଷିଆରେ ଗୁପ୍ତଚରଗିରି ଅଭିଯୋଗରେ ଇଭାନ୍‌ଙ୍କୁ ଗିରଫ କରାଯିବା ସହ ତାଙ୍କୁ ୨୦ ବର୍ଷର ଜେଲଦଣ୍ଡ ମିଳିଛି। ଜାମିନ ନ ମିଳିବା ନେଇ ଇଭାନ୍‌ ନିରାଶ ନ ହୋଇ ଆଗକୁ ଲଢ଼େଇ ଜାରି ରଖିବେ ବୋଲି ତାଙ୍କ ଓକିଲ ମାରିଆ କୋର୍ଚାଜିନା କହିଛନ୍ତି। ୫୦ ନିୟୁତ ରୁବେଲ୍ସ ବଦଳରେ ଜାମିନ ପ୍ରଦାନ କିମ୍ବା ଗୃହବନ୍ଦୀ ପାଇଁ ଅନୁମତି ପ୍ରଦାନ ଲାଗି ଇଭାନ୍‌ଙ୍କ ପକ୍ଷ ଓକିଲ କୋର୍ଟରେ କହିଥିଲେ। କୋର୍ଟ କିନ୍ତୁ ଉକ୍ତ ପରାମର୍ଶକୁ ପ୍ରତ୍ୟାଖ୍ୟାନ କରିଥିଲେ। ଇଭାନ୍‌ ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲରେ କାର୍ଯ୍ୟ କରୁଥିବାବେଳେ ମାର୍ଚ୍ଚ ୨୯ରେ ତାଙ୍କୁ ଗିରଫ କରାଯାଇଥିଲା।

Share