ବାଥ୍‌ଟବ୍‌ରୁ ମିଳିଲା ଲୋକପ୍ରିୟ ପପ୍‌ ଗାୟକଙ୍କ ମୃତଦେହ

ଆମେରିକୀୟ ଗାୟକ, ଅଭିନେତା ତଥା ରାପର ଆରୋନ କାର୍ଟରଙ୍କ ୩୪ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଶନିବାର ସନ୍ଦେହଜନକ ଭାବେ କାଲିଫର୍ନିଆ ସ୍ଥିତ ନିଜ ଘରର ଏକ ବାଥଟବ୍‌ରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଖବର ଜଣାପଡ଼ିବା ପରେ ତାଙ୍କ ପ୍ରଶଂସକମାନେ ଦୁଃଖରେ ଭାଙ୍ଗିପଡିଛନ୍ତି।

ତେବେ ଦୀର୍ଘ ଦିନ ଧରି ଏହି ଗାୟକ ଡିପ୍ରେସନରେ ଥିଲେ। ଏନେଇ ସେ ଅନେକ ଥର ସମସ୍ତଙ୍କ ଆଗରେ କହି ମଧ୍ୟ ସାରିଛନ୍ତି। ୨୦୧୯ରେ ସେଲେବ୍ରିଟି ୱେଲନେଓ ଶୋ ଦ ଡକ୍ଟର୍ସରେ ସେ ଔଷଧ ଭର୍ତ୍ତି ଏକ ବ୍ୟାଗ ଦେଖାଇ ଡିପ୍ରେସନର ଶିକାର ଥିବା ନେଇ ଖୁଲାସା କରିଥିଲେ। ତାଙ୍କୁ ପର୍ସନାଲିଟି ଡିସଅର୍ଡର, ସିଜୋଫ୍ରେନିଆ ଓ ଏନ୍‌ଜାଇଟି ପାଇଁ ଏତେ ସବୁ ମେଡିସିନ ଡାକ୍ତର ପ୍ରେସକ୍ରାଇବ କରିଥିବା କହିଥିଲେ। ଏହାଛଡ଼ା ନିଜର ନିଶା ସେବନକୁ ନେଇ ସେ ଅନେକ ଥର ରିହାବ୍‌ ସେଣ୍ଟରରେ ଭର୍ତ୍ତି ହୋଇଥିଲେ।

ଲୋକପ୍ରିୟ ବ୍ୟାକ୍‌ଷ୍ଟ୍ରିଟ୍‌ ବଏଜ୍‌ର ସଦସ୍ୟ ନିକ୍‌ କାର୍ଟରଙ୍କ ଭାଇ ହୋଇଥିବାରୁ ଆରୋନ ପ୍ରଥମ ଥର ଲାଗି ୧୯୯୦ରେ ଲୋକପ୍ରିୟତା ହାସଲ କରିଥିଲେ। ପରେ ୧୯୯୭ରେ ୯ ବର୍ଷ ବୟସରେ ଆରୋନଙ୍କ ପ୍ରଥମ ଆଲବମ ରିଲିଜ ହୋଇଥିଲା। ୨୦୦୦ରେ ତାଙ୍କର ଦ୍ୱିତୀୟ ଆଲବମ୍‌ ‘ଏରୋନ୍ସ ପାର୍ଟି’ ରିଲିଜ ହୋଇ ଲୋକପ୍ରିୟତା ହାସଲ କରିଥିଲା। ସିଙ୍ଗର ତଥା ରାପର ଆରୋନ କାର୍ଟରଙ୍କ ଶେଷ ଆଲବମ ‘ଲଭ’ ୨୦୧୮ରେ ମୁକ୍ତିଲାଭ କରିଥିଲା। ସେ ନିଜ କ୍ୟାରିୟରରେ ରାପ୍‌ ଏବଂ ଅଭିନୟ ମଧ୍ୟ କରିଥିଲେ।

Share