ବମ୍ବେ: ଭାରତର ଲୋକପ୍ରିୟ ଭଜନ ‘ଓମ୍ ଜୟ ଜଗଦିଶ ହରେ’ ଗାଇ ଚର୍ଚ୍ଚାରେ ଆମେରିକୀୟ ଗାୟିକା ମେରି ମିଲବେନ। ଆସନ୍ତା ଦୀପାବଳି ଉପଲକ୍ଷେ ମେରି ଏହାକୁ ଭର୍ଚୁଆଲ ଉତ୍ସବରେ ଗାଇଛନ୍ତି।
ମିଲବେନ କହିଛନ୍ତି, ’ଓମ ଜୟ ଜଗଦୀଶ ହରେ’ ଏକ ସୁନ୍ଦର ହିନ୍ଦୀ ଭଜନ। ଏହା ସାଧାରଣତଃ ଦୀପାବଳି ସମୟରେ ସମଗ୍ର ବିଶ୍ୱରେ ଥିବା ଭାରତୀୟମାନଙ୍କ ଘରେ ଗାନ କରାଯାଏ। ଏହା ପୂଜା ଓ ଉତ୍ସବର ଗୀତ। ଏହି ଭଜନ ମୋର ଆତ୍ମାକୁ ସ୍ପର୍ଶ କରେ ଏବଂ ଭାରତୀୟ ସଂସ୍କୃତି ପ୍ରତି ମୋର ଉତ୍ସାହ ବଢ଼ାଇବାରେ ସାହାଯ୍ୟ କରେ।
‘ଭାରତୀୟ ସଂସ୍କୃତି ଏବଂ ଭାରତ ପ୍ରତି ମୋର ପ୍ରେମ ହିନ୍ଦୀ ଶିଖିବା ଏବଂ ଅଧ୍ୟୟନ କରିବା ସମୟରେ ବିକଶିତ ହୋଇଛି। ମୁଁ ଭାରତର ସଂସ୍କୃତି, ସିନେମା ଏବଂ ସଙ୍ଗୀତରେ ବୁଡି ରହିଛି। ଗତ କିଛି ମାସ ଧରି ଓମ ଜୟ ଜଗଦୀଶ ହରେ ଶିଖିବା ମୋ ଜୀବନ ପାଇଁ ପ୍ରକୃତ ଆଶୀର୍ବାଦ ପାଲଟିଛି ବୋଲି ଆମେରିକୀୟ ଗାୟିକା କହିଛନ୍ତି।
So blessed to perform virtually for #Diwali2020 and can’t wait to share with you.#Diwali is a moment where the world gathers in celebration of new harvest, gratefulness for prosperity, and celebrating light over darkness through the beauty of lamps.
Stay tuned…11.12.20 pic.twitter.com/7DZkPDXBv0
— Mary Millben (@MaryMillben) November 11, 2020