ଭାରତର ସ୍ବାଧୀନତା ଦିବସ ସମାରୋହରେ ଯୋଗଦେବେ ଆମେରିକା ଗାୟିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୬ା୮: ଏକ ନୂତନ ଶୈଳୀରେ ‘ଜନ ଗଣ ମନ’ ଏବଂ ‘ଓମ୍‌ ଜୟ ଜଗଦୀଶ ହରେ’ ଗାଇଥିବା ଆମେରିକାର ପ୍ରସିଦ୍ଧ ଗାୟିକା ମେରି ମିଲବେନ ଭାରତ ଆସିବେ। ସ୍ବାଧୀନତା ଦିବସ ପାଳନ ସମୟରେ ସେ ଭାରତରେ ଉପସ୍ଥିତ ରହିବେ।

ଆଇସିଆରସି ଅର୍ଥାତ୍‌ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ପକ୍ଷରୁ ଆମେରିକୀୟ ଗାୟିକା ମିଲବେନଙ୍କୁ ନିମନ୍ତ୍ରଣ କରାଯାଇଛି। ଭାରତ ଯିବା ପୂର୍ବରୁ ମିଲବେନ ଏକ ବିବୃତ୍ତିରେ କହିଛନ୍ତି, ‘୧୯୫୯ ମସିହାରେ ଭାରତ ଗସ୍ତ କରିଥିବା ଡକ୍ଟର ମାର୍ଟିନ ଲୁଥର୍‌ କିଙ୍ଗ ଜୁନିୟରଙ୍କ ପଦାଙ୍କ ଅନୁସରଣ କରି ମୋତେ ଭାରତର ୭୫ ତମ ସ୍ବାଧୀନତା ଦିବସ ଉତ୍ସବରେ ସାଂସ୍କୃତିକ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିବାକୁ ନିମନ୍ତ୍ରଣ କରାଯାଇଛି। ଏହି ସମାରୋହରେ ଆମେରିକାର ପ୍ରତିନିଧିତ୍ୱ କରିବାର ସୁଯୋଗ ରହିଛି। ସେ କହିଛନ୍ତି, ମୁଁ ଏହି ବିଶେଷ ଉତ୍ସବରେ ଆମେରିକା ଏବଂ ଭାରତର ଗଣତାନ୍ତ୍ରିକ ମେଣ୍ଟକୁ ଆହୁରି ସୁଦୃଢ଼ କରିବାକୁ ଅପେକ୍ଷା କରିଛି।

ପତାକାକୁ ସମ୍ମାନ ଦେବା ସହ ଦେଶକୁ ବି ସମ୍ମାନ କରେ। ଏକ ବିଶେଷ ଦିନ, ଏକ ସ୍ବତନ୍ତ୍ର ଭୂମି ପାଇଁ ଏବଂ ଲୋକମାନଙ୍କ ପାଇଁ ସମ୍ମାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ କାହାର ହେବ: ରାହୁଲଙ୍କୁ କଟାକ୍ଷ କଲେ ଅଖିଳେଶ, କହିଲେ ତୁମର ଦମ୍‌ ନାହିଁ…

ନୂଆଦିଲ୍ଲୀ,୮।୧: ଦିଲ୍ଲୀରେ ବାଜି ସାରିଛି ନିର୍ବାଚନୀ ବିଗୁଲ। ବିଗୁଲ ବାଜିବାର କିଛିକ୍ଷଣ ମଧ୍ୟରେ ଦିଲ୍ଲୀର ସବୁଦଳ ଅଣ୍ଟା କଷି ସାରିଛନ୍ତି। ତେବେ କଂଗ୍ରେସ ସମେତ ଏଏପି...

ISROର ନୂଆ ଅଧ୍ୟକ୍ଷ ଭି ନାରାୟଣନ୍‌ କିଏ? ଜାନୁଆରୀ ୧୪ରେ ନେବେ ଏସ୍‌ ସୋମନାଥଙ୍କ ସ୍ଥାନ 

ନୂଆଦିଲ୍ଲୀ,୮।୧: ଇସ୍ରୋର ନୂତନ ମୁଖ୍ୟ ହେବେ ବୈଜ୍ଞାନିକ ଭି ନାରାୟଣନ୍‌। ସେ ଅଧ୍ୟକ୍ଷ ଭାବେ ଏସ୍‌. ସୋମନାଥଙ୍କ ସ୍ଥାନ ନେବେ। ଏହାଛଡ଼ା ସେ ମହାକାଶ ବିଭାଗର...

ଚାଇନାକୁ ଚାଲାଣ ହେଉଛି ଭାରତୀୟଙ୍କ କେଶ, DRI ର ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧: ଚାଇନାକୁ ଚୋରା ଚାଲାଣ ହେଉଛି ଭାରତୀୟଙ୍କ କେଶ। ଏନେଇ ଖୁଲାସା କରିଛି ଭାରତ ସରକାରଙ୍କ ଡାଇରକ୍ଟେ ରେଭେନ୍ୟୁ ଇଣ୍ଟେଲିଜେନ୍ସ (DRI)। ତିରୁପତି ବାଲାଜୀ ସମେତ...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମକର ସଂକ୍ରାନ୍ତି ପାଇଁ ସ୍କୁଲ-କଲେଜ ଛୁଟି

ହାଇଦ୍ରାବାଦ,୮।୧: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ମକର ସଂକ୍ରାନ୍ତି ପାଇଁ ସ୍କୁଲ କଲେଜ ଛୁଟି। କଲେଜ ଓ ସ୍କୁଲ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଛୁଟି...

ଆତଙ୍କ ଖେଳାଇଲା HMPV, ଜାଣନ୍ତୁ କେଉଁ କେଉଁ ରାଜ୍ୟରେ ବ୍ୟାପିଲା

ନୂଆଦିଲ୍ଲୀ,୮।୧: ଚାଇନା ପରେ ହ୍ୟୁମାନ ମେଟାନ୍ୟୁମୋଭାଇରସ (HMPV) ବର୍ତ୍ତମାନ ଭାରତରେ ପଶିଛି। ଯାହାକୁ ନେଇ ସାରା ଦେଶରେ ଏବେ ଆତଙ୍କ ଖେଳିଯାଇଛି। କର୍ନାଟକ, ତାମିଲନାଡୁ ପରେ...

ଗଡକରୀଙ୍କ ବଡ଼ ଘୋଷଣା, ସଡକ ଦୁର୍ଘଟଣାରେ ଆହତଙ୍କୁ ମିଳିବ ୧.୫ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୮।୧: ଦେଶର ସମସ୍ତ ନାଗରିକ ବହୁତ ଶୀଘ୍ର ମାଗଣା ସ୍ବାସ୍ଥ୍ୟ ବୀମା ଭେଟି ପାଇବାକୁ ଯାଉଛନ୍ତି। କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ...

ଟ୍ରମ୍ପଙ୍କୁ ଚେତାବନୀ ଦେଲେ ଟ୍ରୁଡୋ, ଅଟକି ଯାଆନ୍ତୁ ନହେଲେ…

ଓ୍ବାଶିଂଟନ୍‌,୮।୧: ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ନୂଆ ମିଶନରେ ଅଛନ୍ତି। ମେକ ଆମେରିକା ଗ୍ରେଟ ପୁନର୍ବାର ସ୍ଲୋଗାନ ଦେଇଥିବା ଟ୍ରମ୍ପ...

ବାଂଲାଦେଶର ସବୁ ଚାଲ୍‌ ଫେଲ୍‌, ହାସିନାଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଲା ଭାରତ

ଢାକା,୮।୧: ଭାରତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭିସା ବୃଦ୍ଧି କରିଛି। ସେ ଅଗଷ୍ଟ ୨୦୨୩ରୁ ଭାରତରେ ରହୁଛନ୍ତି। ଏହି ନିଷ୍ପତ୍ତି ଏପରି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri