ଟ୍ରୁଡୋଙ୍କ ଅଭିଯୋଗରେ ଆମେରିକା ଚିନ୍ତିତ: ଆମେରିକା ବୈଦେଶିକ ମନ୍ତ୍ରୀ

ଓ୍ବାଶିଂଟନ୍‌,୨୩।୯: ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଜାରି ରହିଛି। ଦୁଇ ଦେଶ ବିବାଦ ମଧ୍ୟରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟେନି ବ୍ଲିଙ୍କେନ୍‌ ମଧ୍ୟ ଏ ସମ୍ପର୍କରେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି , ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗରେ ଆମେରିକା ବହୁତ ଚିନ୍ତିତ। ଏହି ଘଟଣାର ତଦନ୍ତ ଅତ୍ୟନ୍ତ ଆବଶ୍ୟକ। ନିକଟରେ ଟ୍ରୁଡୋ ଭାରତକୁ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାରେ ସମ୍ପୃକ୍ତ ବୋଲି ଅଭିଯୋଗ କରିଥିଲେ।

ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଭାରତ ବିରୋଧରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଆସିଥିବା ଅଭିଯୋଗକୁ ନେଇ ଆମେ ଚିନ୍ତିତ। ଆମେ ଆମର କାନାଡିୟ ସହକର୍ମୀଙ୍କ ସହ ଏହି ବିଷୟରେ ଆଲୋଚନା କରୁଛୁ। କେବଳ କଥାବାର୍ତ୍ତା ନୁହେଁ, ବରଂ ଏହି ବିଷୟ ଉପରେ ତୀକ୍ଷ୍ଣ ନଜର ରଖିବା ଏବଂ ସମନ୍ବୟ କରୁଛୁ। ମାମଲାରେ ଯଦି କାନାଡିୟ ଅନୁସନ୍ଧାନ ଏକ ସିଦ୍ଧାନ୍ତରେ ପହଞ୍ଚିଛି, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

 

Share