Posted inଜାତୀୟ

ଭାରତୀୟ ମସଲାକୁ ଆମେରିକାର ସନ୍ଦେହ

ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲ ମିଶୁଥିବା କହି ହଂକଂ ଓ ସିଙ୍ଗାପୁର କିଛିଦିନ ହେଲା ଏହାର ବିକ୍ରି ଉପରେ ରୋକ ଲଗାଇଛନ୍ତି। ଏହାପରେ ଭାରତର କୋଣ ଅନୁକୋଣରେ ପ୍ୟାକେଟ ମସଲା ବ୍ୟବହାରକୁ ନେଇ ଲୋକଙ୍କ ମନରେ ଭୟ ପଶିଛି। ସରକାରଙ୍କ ପକ୍ଷରୁ ମସଲା ନମୁନାର ଉପଯୁକ୍ତ ଯାଞ୍ଚ ହେଉ ନ ଥିବାରୁ ସେଥିରେ ମିଶୁଥିବା ବିଷାକ୍ତ ପଦାର୍ଥ ସମ୍ପର୍କରେ ଲୋକେ ଜାଣିପାରୁ ନାହାନ୍ତି। କମ୍ପାନୀଗୁଡ଼ିକ ଏହାର ଫାଇଦା ନେଇ ଚାଲିଥିବା ସମ୍ପର୍କିତ ରିପୋର୍ଟ ଧରିତ୍ରୀରେ ଚଳିତ ମାସ ୨୫ରେ ପ୍ରକାଶ ପାଇଛି। ଇତିମଧ୍ୟରେ ଭାରତୀୟ ମସଲାର ଚାହିଦା ରହିଥିବା ଅନେକ ଦେଶକୁ ଆତଙ୍କ ବ୍ୟାପିଲାଣି। ଆମେରିକା ନିଜ ନାଗରିକଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ଭାରତୀୟ ମସଲାଗୁଡ଼ିକ ଉପରେ ସନ୍ଦେହ କରି ତନାଘନା ଆରମ୍ଭ କରିଛି।

ହାଇଦ୍ରାବାଦ/ଓ୍ବାଶିଂଟନ୍‌,୨୮ା୪ଭାରତୀୟ କମ୍ପାନୀ ଏମ୍‌ଡିଏଚ୍‌ର ୩ଟି ଏବଂ ଏଭରେଷ୍ଟର ଗୋଟିଏ ମସଲାରେ ଇଥିଲିନ୍‌ ଅକ୍ସାଇଡ୍‌ ମାତ୍ରା ଅନୁମୋଦନ ସୀମାଠାରୁ ଅଧିକ ରହିଥିବା ହଂକଂ ଏବଂ ସିଙ୍ଗାପୁରର ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ସତର୍କ କରାଇବା ପରେ ଭାରତୀୟ ମସଲା ଉପରେ ଆମେରିକାର ସନ୍ଦେହ ଘନୀଭୂତ ହୋଇଛି। ଉକ୍ତ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କୀଟନାଶକ ଅଧିକ ପରିମାଣରେ ରହିଥିବା ଦର୍ଶାଇ ହଂକଂ ଏବଂ ସିଙ୍ଗାପୁର ଏହାର ବିକ୍ରି ବନ୍ଦ କରିଦେଇଥିବାରୁ ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍‌ଡିଏ) ଭାରତୀୟ ମସଲାଗୁଡ଼ିକ ଉପରେ ଅତିରିକ୍ତ ତଥ୍ୟ ସଂଗ୍ରହ କରୁଛି।

ଅନ୍ତର୍ଜାତୀୟ କ୍ୟାନ୍‌ସର ଗବେଷଣା ସଂସ୍ଥା ଇଥାଇଲିନ୍‌ ଅକ୍ସାଇଡ୍‌କୁ ଗ୍ରୁପ୍‌-୧ କ୍ୟାନ୍‌ସର ସୃଷ୍ଟିକାରୀ ଉପାଦାନ ଭାବେ ସ୍ଥାନିତ କରିଛି। ଏମ୍‌ଡିଏଚ୍‌ର ମାଡ୍ରାସ କରି ପାଉଡର, ସମ୍ବର ମସଲା ଏବଂ କରି ପାଉଡର ସମେତ ଏଭରେଷ୍ଟର ଫିଶ୍‌ କରି ମସଲାରେ ଇଥାଇଲିନ୍‌ ଅକ୍ସାଇଡ୍‌ ରହିଥିବା ଗତ ୫ ତାରିଖରେ ହଂକଂର ଖାଦ୍ୟ ସୁରକ୍ଷା କେନ୍ଦ୍ର (ସିଏଫ୍‌ଏସ୍‌) ଓ୍ବେବ୍‌ସାଇଟ୍‌ରେ ପୋଷ୍ଟ କରିଥିଲା। ଏଥିସହିତ ଉପରୋକ୍ତ ମସଲାଗୁଡ଼ିକର ବିକ୍ରି ତୁରନ୍ତ ବନ୍ଦ କରିବା ସହ ଏହାକୁ ଦୋକାନରୁ ହଟାଇବା ପାଇଁ ସିଏଫ୍‌ଏସ୍‌ ବ୍ୟବସାୟୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲା। ଅନୁରୂପ କାରଣ ପାଇଁ ସିଙ୍ଗାପୁର ଫୁଡ୍‌ ଏଜେନ୍ସିଜ୍‌ (ଏସ୍‌ଏଫ୍‌ଏ) ମଧ୍ୟ ଏଭରେଷ୍ଟ ଫିଶ୍‌ କରି ମସଲାକୁ ପ୍ରତ୍ୟାହାର କରିନେବା ପାଇଁ ଆମଦାନିକାରୀ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲା। ଇଥାଇଲିନ୍‌ ଅକ୍ସାଇଡ୍‌ ମାନବ ଖାଦ୍ୟ ପାଇଁ ଅନୁପଯୁକ୍ତ ଏବଂ ଏହାକୁ ଦୀର୍ଘଦିନ ଖାଇଲେ କ୍ୟାନ୍‌ସର ସୃଷ୍ଟି ହେବା ଆଶଙ୍କା ରିହିଛି ବୋଲି ଏସ୍‌ଏଫ୍‌ଏ କହିଥିଲା। ଅନ୍ୟପକ୍ଷରେ ଏଭରେଷ୍ଟ ଏହାର ମସଲାକୁ ଖାଇବା ପାଇଁ ନିରାପଦ ବୋଲି ୪ ଦିନ ପୂର୍ବରୁ ଦାବି କରିଥିଲା। ଭାରତର ସ୍ପାଇସ୍‌ ବୋର୍ଡ ଲାବରେଟୋରିଗୁଡ଼ିକର ଆବଶ୍ୟକ ମଞ୍ଜୁରୀ ଏବଂ ଅନୁମୋଦନ ପରେ ମସଲାକୁ ରପ୍ତାନି ପାଇଁ ପଠାଯାଇଥାଏ ବୋଲି ଏଭରେଷ୍ଟ କହିଥିଲା। ତେବେ ଏମ୍‌ଡିଏଚ୍‌ ଏହାର ଉତ୍ପାଦ ଉପରେ କୌଣସି ପ୍ରଶ୍ନର ଜବାବ ଦେଇନାହିଁ।

ଭାରତରେ ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ମସଲା ବେଶ୍‌ ଲୋକପ୍ରିୟ ହୋଇଥିବାବେଳେ ଏହା ୟୁରୋପ, ଏସିଆ ଏବଂ ଉତ୍ତର ଆମେରିକାରେ ମଧ୍ୟ ବିକ୍ରି ହେଉଛି। ୨୦୨୨-୨୩ ବର୍ଷରେ ଉକ୍ତ ଦେଶଗୁଡ଼ିକୁ ମୋଟ ୪ ବିଲିୟନ ଡଲାର ମୂଲ୍ୟର ଏଭରେଷ୍ଟ ଏବଂ ଏମ୍‌ଡିଏଚ୍‌ ମସଲା ରପ୍ତାନି ହୋଇଥିବା ସ୍ପାଇସ୍‌ ବୋର୍ଡ ତଥ୍ୟରୁ ଜଣାପଡ଼ିଛି। ହଂକଂ ଏବଂ ସିଙ୍ଗାପୁରର ଅଭିଯୋଗ ପରେ ଭାରତର ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍‌ଏସ୍‌ଏସ୍‌ଏଆଇ) ଉକ୍ତ ଦୁଇ କମ୍ପାନୀର ବିଭିନ୍ନ ମସଲାର ମାନ ଯାଞ୍ଚ କରୁଛି। ମସଲା ରପ୍ତାନି ପାଇଁ ଥିବା ଭାରତର ସ୍ପାଇସ୍‌ ବୋର୍ଡ ଗତ ବୁଧବାର ହଂକଂ ଏବଂ ସିଙ୍ଗାପୁର କର୍ତ୍ତୃପକ୍ଷଙ୍କଠାରୁ ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ମସଲା ରପ୍ତାନିର ତଥ୍ୟ ମାଗିଛି। ମସଲା ମାନ ଖରାପ ହେବାର ମୂଳ କାରଣ ଜାଣିବା ପାଇଁ ସ୍ପାଇସ୍‌ ବୋର୍ଡ ମସଲା କମ୍ପାନୀ ସହ କାମ କରୁଛି। ସୂଚନାଯୋଗ୍ୟ, ୨୦୧୯ରେ ଏମ୍‌ଡିଏଚ୍‌ ମସଲାରେ ସଲ୍‌ମୋନେଲ୍ଲା ନାମକ ବ୍ୟାକ୍ଟେରିଆ ମିଶିଥିବା ଜଣାପଡ଼ିବା ପରେ ଆମେରିକାରୁ ଏହାକୁ ପ୍ରତ୍ୟାହାର କରାଯାଇଥିଲା। ୨୦୨୦ ସେପ୍ଟେମ୍ବରରୁ ୨୦୨୪ ଏପ୍ରିଲ ମଧ୍ୟରେ ୫୨୭ ପ୍ରକାର ଭାରତୀୟ ଖାଦ୍ୟରେ କ୍ୟାନ୍‌ସର ସୃଷ୍ଟିକାରୀ ଇଥିଲିନ୍‌ ଅକ୍ସାଇଡ ମିଳିଥିବା ୟୁରୋପୀୟ ସଂଘ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ଯାଞ୍ଚବେଳେ ଜାଣିବାକୁ ପାଇଛନ୍ତି। ତେବେ ଭାରତରେ ପ୍ରସ୍ତୁତ ହେଉଥିବା ମସଲା ଓ ଅନ୍ୟ ଖାଦ୍ୟ ସାମଗ୍ରୀଗୁଡ଼ିକର ମାନକୁ ନେଇ କେନ୍ଦ୍ର ସରକାର ଉପଯୁକ୍ତ ପଦକ୍ଷେପ ନେଉ ନ ଥିବାରୁ ଦେଶବାସୀଙ୍କ ସ୍ବାସ୍ଥ୍ୟ ପ୍ରତି ବଡ଼ ବିପଦ ଆଶଙ୍କା ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri