ଅଶୀଳ ଭିଡିଓ ଶୁଟ୍‌ କରି ଆମେରିକୀୟ ମହିଳା ଗିରଫ

ଡେରାଡୁନ, ୧୮।୧୦: ଉତ୍ତରାଖଣ୍ଡର ଋଷିକେଶ ପ୍ରସିଦ୍ଧ ଲ୍ୟାଣ୍ଡମାର୍କ ତଥା ଲକ୍ଷ୍ମଣଝୁଲା ଉପରେ ଅଶୀଳ ଭିଡିଓ ଶୁଟ୍‌ରେ ଅଂଶଗ୍ରହଣ କରିବା ଅଭିଯୋଗରେ ଜଣେ ୩୦ ବର୍ଷୀୟା ଆମେରିକୀୟ ମହିଳାଙ୍କୁ ଗିରଫ କରାଯାଇଛି। ଏହି ସ୍ଥାନରେ ଗତ ଅଗଷ୍ଟରେ ଜଣେ ୨୭ ବର୍ଷୀୟା ଫ୍ରେଞ୍ଚ୍‌ ମହିଳା ଅଶୀଳ ଫଟୋ ଶୁଟ୍‌ କରି ଗିରଫ ହୋଇଥିଲେ। ଫ୍ରାନ୍ସର ମହିଳାଙ୍କୁ ଭିଡିଓ ଶୁଟ୍‌ କରିବାରେ ସହାୟତା କରିଥିବା ଅଭିଯୋଗରେ ଆମେରିକୀୟ ମହିଳାଙ୍କୁ ପୋଲିସ ଖୋଜୁଥିଲା। ଶନିବାର ତାଙ୍କୁ ଗିରଫ କରାଯାଇଛି ବୋଲି ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଗିରଫ ହୋଇଥିବା ଆମେରିକୀୟ ମହିଳାଙ୍କ ନାମ ଟୋରି ଲୋନିଟ୍‌ ବୋଲି ଜଣାପଡ଼ିଛି। ଏହାପରେ ସ୍ଥାନୀୟ ମୁନିକିରେତି ପୋଲିସ ପକ୍ଷରୁ ଟୋରିଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯାଇଥିଲା। ଯେଉଁଠାରେ ସେ ୨ ହଜାର ଟଙ୍କା ଜରିମାନ ଦେଇ ମୁକ୍ତ ହୋଇଥିଲେ। ତେବେ ଫ୍ରାନ୍ସ ମହିଳାଙ୍କ ବିରୋଧରେ ତଦନ୍ତ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଫ୍ରାନ୍ସ ମହିଳାଜଣଙ୍କୁ ଜାମିନ ମିଳିଥିଲେ ମଧ୍ୟ ସେ ଏବେ ଋଷିକେଶରେ ଥିବା ଜଣାପଡ଼ିଛି।

Share