ଓ୍ବାଶିଂଟନ, ୨୪।୧୦: ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଡୋମୋକ୍ରାଟିକ୍ ଦଳର ପ୍ରାର୍ଥୀ ଜୋ ବାଇଡେନ୍ଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି। ବାଇଡେନ୍ ଟ୍ରମ୍ପ୍ଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ଆମେରିକା ଲୋକେ କରୋନା ମହାମାରୀ ଭୂତାଣୁ ସହିତ ବଞ୍ଚିବା ନୁହେଁ ମରିବା ଶିକ୍ଷା କରୁଛନ୍ତି। ଏହା ଟ୍ରମ୍ପ୍ଙ୍କ ଯୋଗୁ ହୋଇଥିବା ସେ ଅଭିଯୋଗ କରିଛନ୍ତି। କରୋନା ମହାମାରୀ ସଂକ୍ରମଣ ରୋକିବାରେ ଟ୍ରମ୍ପ୍ ବିଫଳ ହୋଇଥିବା ବାଇଡେନ୍ କହିଛନ୍ତି। ଆମେରିକାରେ କରୋନା ସଂକ୍ରମଣ ଯୋଗୁ ୨ ଲକ୍ଷ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହା ପୃଥିବୀର ମୋଟ କରୋନା ମୃତ୍ୟୁର ୨୦ ପ୍ରତିଶତ ବୋଲି ବାଇଡେନ୍ କହିଛନ୍ତି। ଏବେ ବାଇଡେନ୍ଙ୍କ ଏଭଳି ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍