ମାସ୍କ ନ ପିନ୍ଧିଲେ କରୋନାରେ ୪ ଲକ୍ଷ ଲୋକଙ୍କ ମୃତ୍ୟୁ ହେବ: ଆମେରିକା

ଓ୍ବାଶିଂଟନ,୫।୯: କରୋନା ସଂକ୍ରମଣ ଆମେରିକାର ସ୍ଥିତିକୁ ବିଗାଡିବାରେ ଲାଗିଛି। ଏବେ ଆମେରିକାର ଡାଟା ବିଶ୍ଳେଷଣର କେତେଜଣ ବିଶେଷଜ୍ଞ କହିଛନ୍ତି ଯଦି ଆମେରିକାରେ ଲୋକ ମାସ୍କ ନ ପିନ୍ଧିବେ ତେବେ ଚଳିତ ବର୍ଷ କରୋନା ସଂକ୍ରମଣରେ ୪ ଲକ୍ଷ ୧୦ ହଜାର ଲୋକଙ୍କ ମୃତ୍ୟୁ ହେବ। ଓ୍ବାଶିଂଟନ ୟୁନିଭର୍ସିଟିର ଇନଷ୍ଟିଚ୍ୟୁଟ ଫର୍‌ ହେଲ୍‌ଥ ମେଟ୍ରିକ୍ସ ଆଣ୍ଡ ଇଭାଲ୍ୟୁଏଶନ(ଆଇଏଚ୍‌ଏମ୍‌ଇ) ତା’ର ପୁରୁଣା ଆକଳନରେ ପରିବର୍ତ୍ତନ କରି ଏବେ ଏହି ନୂଆ ସଂଖ୍ୟା ଜାରି କରିଛି। ଆଇଏଚ୍‌ଏମ୍‌ଇର ଏହି ଆକଳନ ଏବେ ପର୍ଯ୍ୟନ୍ତ କରୋନାରେ ମୃତ୍ୟୁ ହୋଇଥିବା ସଂଖ୍ୟାର ଦୁଇଗୁଣାରୁ ଅଧିକ। ଏବେସୁଦ୍ଧା ଆମେରିକାରେ କରୋନା ସଂକ୍ରମଣରେ ୧ଲକ୍ଷ ୮୬ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ଆଇଏଚ୍‌ଏମ୍‌ଇ ଆହୁରି ମଧ୍ୟ କହିଛି ଯେ ଡିସେମ୍ବରରେ ଆମେରିକାରେ ପ୍ରତିଦିନ କରୋନା ସଂକ୍ରମଣରେ ପାଖାପାଖିି ୩ ହଜାର ଲୋକଙ୍କ ମୃତ୍ୟୁ ହେବ। ମହାମାରୀ ରୋଗ ବିଶେଷଜ୍ଞ କହିଛନ୍ତି ଯଦି ଅଧିକାଂଶ ଲୋକ ମାସ୍କ ବ୍ୟବହାର କରିବେ ତେବେ ମୃତ୍ୟୁ ସଂଖ୍ୟା ୩୦ ପ୍ରତିଶତ କମ୍‌ ହୋଇଯିବ। ଡାକ୍ତରଙ୍କର ମତ ହେଉଛି ଦେଶରେ ମାସ୍କ ପିନ୍ଧୁଥିବା ଲୋକଙ୍କ ସଂଖ୍ୟା ବେଳକୁ ବେଳ କମ୍‌ ହେବାରେ ଲାଗିଛି। ଆମେରିକା ସରକାରଙ୍କ କରୋନା ଭାଇରସ ଟାସ୍କ ଫୋର୍ସ ଆଇଏଚ୍‌ଏମ୍‌ଇ ଉପରେ ନଜର ରଖିଛି। ଏବେ ପ୍ରତିଦିନ ଆମେରିକାରେ କରୋନା ସଂକ୍ରମଣ ଯୋଗୁ ପାଖାପାଖି ୮୫୦ ଲୋକଙ୍କ ମୃତ୍ୟୁ ହେଉଛି। ପ୍ରତିଦିନ ୪୦-୫୦ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହ ଏବେ ସେଠାରେ ମୋଟ ସଂକ୍ରମଣ ୬୩ ଲକ୍ଷ ଅତିକ୍ରମ କରି ସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଶେଖ ହାସିନାଙ୍କ ପରେ କାହିଁକି ଟାର୍ଗେଟରେ ଜାତୀୟ ପାର୍ଟି? ବାଂଲାଦେଶରେ ଥମୁ ନାହିଁ ହିଂସା

ଢାକା,୨।୧୧: ଆୱାମୀ ଲିଗ ନେତୃତ୍ୱାଧୀନ ଶେଖ ହାସିନା ସରକାରଙ୍କୁ ବାଂଲାଦେଶରେ କ୍ଷମତାରୁ ହଟାଇବା ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଗଠିତ ମଧ୍ୟବର୍ତ୍ତୀ ସରକାର ମଧ୍ୟ ଦେଶ...

କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ୪୦ ସୈନିକଙ୍କୁୁ ହତ୍ୟା କଲା ୟୁକ୍ରେନ

କିଭ୍‌,୨ା୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରୁଷିଆରେ ଥିବା ୪୦ ଜଣ ଉତ୍ତର କୋରିଆ...

ମୋଦିଙ୍କ ଟେକ୍‌ନିକ୍‌ କପି କଲେ ଟ୍ରମ୍ପ! ପ୍ରଶଂସାରେ ପୋତି ପକାଇଲା ଇସ୍କନ

ନ୍ୟୁୟର୍କ,୨।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଦୀପାବଳିକୁ ନେଇ ଏକ ବାର୍ତ୍ତା ଦେଇଛନ୍ତି। ଏହା ଉପରେ ଆମେରିକାରେ...

ସ୍ପେନରେ ବନ୍ୟା, ୨୦୦ରୁ ଅଧିକ ଲୋକଙ୍କର ଗଲାଣି ଜୀବନ

ମାଡ୍ରିଡ, ୨।୧୧: ବନ୍ୟା ସମସ୍ୟା ସହ ସ୍ପେନ ବର୍ତ୍ତମାନ ସଂଘର୍ଷ କରୁଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।...

ବେଲୁଚିସ୍ତାନରେ ବିସ୍ଫୋରଣ: ୫ ସ୍କୁଲପିଲାଙ୍କ ସମେତ ୮ ମୃତ

ଇସ୍‌ଲାମାବାଦ,୨ା୧୧(ପି.ଟି.): ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଶୁକ୍ରବାର ଏକ ପୋଲିସ ଭ୍ୟାନ୍‌କୁ ଟାର୍ଗେଟକରି ରିମୋଟ୍‌ କଣ୍ଟ୍ରୋଲ୍‌ଡ ବୋମା ବିସ୍ଫୋରଣ କରାଯିବାରୁ ୫ ସ୍କୁଲପିଲାଙ୍କ ସମେତ ୮ ଜଣଙ୍କ...

ପୁଣି ଆଖି ଦେଖାଇଲା କାନାଡା, ଶତ୍ରୁ ଦେଶ ତାଲିକାରେ ଭାରତକୁ ରଖିଲା

ନୂଆଦିଲ୍ଲୀ,୧।୧୧: ସୁଧୁରୁନି କାନାଡା। କ୍ଷମା ମାଗିବା ପରେ ବି ଭାରତକୁ ତର ଦେଖାଇଛି କାନାଡା। ଏବେ ଭାରତକୁ ଶତ୍ରୁ ଦେଶ ତାଲିକାରେ ରଖିଛି କାନାଡା। କାନାଡାର...

ଗୁଗୁଲ ଉପରେ ଲାଗିଲା ୨୦, ୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା, ନମାନିଲେ ପ୍ରତିଦିନ ବଢିବ…

ନୂଆଦିଲ୍ଲୀ,୧।୧୧: ସର୍ଚ୍ଚ ଇଞ୍ଜିନ ଗୁଗୁଲ ଉପରେ ଲାଗିଛି ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା। ଏହା ୨୦ ଡିସିଲିୟନ ଡଲାର ସହ ସମାନ। ଋଷିଆ ପକ୍ଷରୁ ଗୁଗଲ ଉପରେ...

ଦୀପାବଳିରେ କୋଟିପତିଙ୍କୁ ଲାଗିଲା କୋଟି କୋଟି ଟଙ୍କାର ଝଟ୍‌କା, ଆଦାନୀ-ଅମ୍ବାନୀଙ୍କ ସହ କମିଲା ମସ୍କଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୧।୧୧: ଭାରତରେ ଲୋକେ ଯେବେ ଗୁରୁବାର ରାତିରେ ଦୀପାବଳି ପାଳନ କରୁଥିଲେ ସେତେବେଳେ ଆମେରିକା ସେୟାର ମାର୍କେଟରେ ହ୍ରାସର ଝଡ଼ ସୃଷ୍ଟି ହୋଇଛି। ଫଳରେ ଡାଉଜୋନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri