ଓ୍ବାଶିଂଟନ,୨୬ା୧୨: ଆମେରିକାରେ ବମ୍ବ ସାଇକ୍ଲୋନ୍ ଯୋଗୁ ଦେଶରେ ଶୀତ ରେକର୍ଡ ଭାଙ୍ଗିଛି। ତାପମାତ୍ରା ବିଯୁକ୍ତ ୪୫ ଡିଗ୍ରୀକୁ ଖସିବା ଫଳରେ ଲକ୍ଷାଧିକ ଆମେରିକୀୟଙ୍କ ଖ୍ରୀଷ୍ଟମାସ ପାଳନକୁ ଫିକା କରିଦେଇଛି। ଏପରିକି ବିମାନ ବାତିଲ ଯୋଗୁ ହଜାର ହଜାର ଯାତ୍ରୀ ଅଟକି ରହିଛନ୍ତି। ପାଗକୁ ଦୃଷ୍ଟିରେ ରଖି ନେଇ ଆମେରିକାର ନ୍ୟାଶନାଲ ଓ୍ବେଦର ସର୍ଭିସ ଲୋକଙ୍କୁ ସତର୍କ କରାଇଛି। ଶୀତରୁ ବର୍ତ୍ତିବା ଲାଗି ଲାଇବ୍ରେରି, ଥାନା ଆଦି ସର୍ବସାଧାରଣ ସ୍ଥାନରେ ଓ୍ବାର୍ମିଂ ସେଣ୍ଟର ଖୋଲାଯିବା ସହ ବାସହୀନଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷେ ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଛି। ବ୍ଲାକଆଉଟ ଯୋଗୁ ୧ ମିଲିୟନରୁ ଅଧିକ ଲୋକ ଅନ୍ଧାରରେ ରହିଛନ୍ତି।