ଲିଫ୍ଟରେ ଫସି ଗଲେ ଲୋକେ, ରାସ୍ତାରେ ନାହିଁ ବିଜୁଳି, ଅନ୍ଧାରରେ ବୁଡିଗଲା ଆମେରିକାର ଆର୍ଥିକ ରାଜଧାନୀ

ଓ୍ବାଶିଂଟନ,୧୬।୧୨: ଆମେରିକାର ନ୍ୟୁୟର୍କ ସିଟି ଗୁରୁବାର ରାତିରେ ଅନ୍ଧକାରରେବୁଡି ଯାଇଥିଲା। କଥାହେଲା, ନ୍ୟୁୟର୍କର ବ୍ରୁକଲିନ ସ୍ଥିତ କୋନ ଏଡିସନ ପାୱାର ପ୍ଲାଣ୍ଟରେ ଏକ ତ୍ରୁଟି ଯୋଗୁଁ ସହରର ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯାଇଥିଲା। ଏହି ଆକସ୍ମିକ ତ୍ରୁଟି ହେତୁ ବହୁ ସଂଖ୍ୟକ ଲୋକ ବିଭିନ୍ନ ସ୍ଥାନରେ ଲିଫ୍ଟରେ ଅଟକି ରହିଥିଲେ ଏବଂ ସହରରେ ଭୟର ବାତାବରଣ ଦେଖାଦେଇଥିଲା। ଲୋକେ ଆମେରିକାର ଆର୍ଥିକ ରାଜଧାନୀ ନ୍ୟୁୟର୍କରେ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ଲିଫ୍ଟରେ ଅଟକି ରହିଲେ ଏବଂ ଅନେକ ସ୍ଥାନରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।

ଖବର ଅନୁଯାୟୀ ପାୱାର ପ୍ଲାଣ୍ଟରୁ କଳା ଧୂଆଁ ମଧ୍ୟ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହି କାରଣରୁ ସହରର ରାସ୍ତା ଓ ରାସ୍ତାରେ ଥିବା ଲାଇଟ ମଧ୍ୟ ବନ୍ଦ ହୋଇଯାଇଥିଲା। ଲୋକମାନେ କହିଛନ୍ତି ଯେ ବିଦ୍ୟୁତ କେନ୍ଦ୍ରରେ ବିସ୍ଫୋରଣ ଘଟିଛି। କୋନ ଏଡିସନ ପାୱାର କମ୍ପାନୀ ଦ୍ୱାରା ଜାରି କରାଯାଇଥିବା ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ସର୍ଟ ସର୍କିଟ ଯୋଗୁଁ ବିଦ୍ୟୁତ କେନ୍ଦ୍ରରେ ବିସ୍ଫୋରଣ ଘଟିଛି। ଏହି କାରଣରୁ ଗ୍ରାହକମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଆମର କର୍ମଚାରୀମାନେ ଅନୁସନ୍ଧାନ କରୁଛନ୍ତି ଏବଂ ଆବଶ୍ୟକ ମରାମତି କରାଯାଉଛି।

Share