Categories: ଜାତୀୟ

ବନ୍ଦ ହେବ ନାହିଁ ଆମେଠିର ସଞ୍ଜୟ ଗାନ୍ଧୀ ହସ୍ପିଟାଲ, ୟୁପି ସରକାରଙ୍କ ଆଦେଶ ଉପରେ ରୋକ ଲଗାଇଲେ ହାଇକୋର୍ଟ

ଲକ୍ଷ୍ନୌ,୪।୧୦: ଉତ୍ତରପ୍ରଦେଶର ଆମେଠି ଜିଲାରେ ଅବସ୍ଥିତ ସଞ୍ଜୟ ଗାନ୍ଧୀ ହସ୍ପିଟାଲ ବନ୍ଦ କରିବାକୁ ଉତ୍ତରପ୍ରଦେଶ ସରକାରଙ୍କ ଆଦେଶ ଉପରେ ଆହ୍ଲାବାଦ ହାଇକୋର୍ଟ ରୋକ ଲଗାଇଛନ୍ତି। ବୁଧବାର ଏହି ମାମଲାର ଶୁଣାଣି କରି ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଡାକ୍ତରଖାନା ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ଡେପୁଟି ସିଏମ୍‌ ବ୍ରଜେଶ ପାଠକ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ବିରୋଧରେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା।

Share