Advertisement

ଏଏମ୍‌ଏଫ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୭ା୫: ଆକ୍ସିସ୍‌ ମ୍ୟୁଚୁଆଲ ଫଣ୍ଡ୍‌ (ଏଏମ୍‌ଏଫ୍‌)ର ନୂତନ ଉତ୍ପାଦ ତଥା ନୂଆ ଫଣ୍ଡ୍‌ ଅଫର ‘ଆକ୍ସିସ୍‌ ନିଫ୍ଟି ବ୍ୟାଙ୍କ ଇଣ୍ଡେକ୍ସ ଫଣ୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ଓପନ୍‌-ଏଣ୍ଡେଡ୍‌ ଇଣ୍ଡେକ୍ସ ଫଣ୍ଡ୍‌ ନିଫ୍ଟି ବ୍ୟାଙ୍କ ଟିଆର୍‌ଆଇକୁ ଟ୍ରାକ୍‌ କରିବା ପାଇଁ ଲକ୍ଷ୍ୟ ରଖିଛି। ଏହା ନିବେଶକମାନଙ୍କୁ ଅଗ୍ରଣୀ ଭାରତୀୟ ବ୍ୟାଙ୍କଗୁଡିକର ଅଭିବୃଦ୍ଧି କ୍ଷେତ୍ରରେ ସିଧାସଳଖ ଅଂଶଗ୍ରହଣ କରିବା ଲାଗି ଏକ ମାଧ୍ୟମ ପ୍ରଦାନ କରିବ। ଏହି ନୂଆ ଫଣ୍ଡ୍‌ ଅଫର ସବ୍‌ସ୍କ୍ରିପ୍‌ଶନ ୨୦୨୪ ମେ ୧୭ରେ ବନ୍ଦ ହେବ।

ଏ ସମ୍ପର୍କରେ ଆକ୍ସିସ୍‌ ଏଏମ୍‌ସିର ଏମ୍‌ଡି ତଥା ସିଇଓ ବି.ଗୋପକୁମାର କହିଛନ୍ତି, ଏକ ସୁଦୃଢ଼ ନିୟାମକ ଢାଞ୍ଚା ଓ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ର ଦ୍ରୁତ ଗ୍ରହଣୀୟତା ଦ୍ୱାରା ସମୃଦ୍ଧ ଏହି କ୍ଷେତ୍ର ସ୍ଥାୟୀ ସମ୍ପ୍ରସାରଣ ପାଇଁ ସୁବ୍ୟବସ୍ଥିତ ରହିଛି। ଆକ୍ସିସ୍‌ ନିଫ୍ଟି ବ୍ୟାଙ୍କ ଇଣ୍ଡେକ୍ସ ଫଣ୍ଡ ନିବେଶକଙ୍କୁ ଏହି ଅଭିବୃଦ୍ଧି ସୁଯୋଗର ଉପଯୋଗ କରିବା ପାଇଁ ଏକ ସୁଚିନ୍ତିତ ସୁଯୋଗ ପ୍ରଦାନ କରୁଛି।

ଏହି କ୍ଷେତ୍ର ଉଦ୍ଭାବନ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ ଏବଂ ସର୍ବୋଚ୍ଚ ପ୍ରଶାସନିକ ମାନଦଣ୍ଡଗୁଡିକର ଅନୁପାଳନ କରୁଛି। ଫଳରେ ଏହା ଭାରତୀୟ ବ୍ୟାଙ୍କିଙ୍ଗ୍‌ ପରିଦୃଶ୍ୟକୁ ନୂଆ ରୂପ ଦେଇଥିବା ପରିବର୍ତ୍ତନଶୀଳ ଧାରାରୁ ଲାଭାନ୍ବିତ ହେଉଛି। ଏହି ଫଣ୍ଡ୍‌ ଭାରତୀୟ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ପାଇଁ ଏକ୍ସପୋଜର ପାଇବା ଲାଗି ଏକ ମୂଲ୍ୟ ସାପେକ୍ଷ ଓ ଦକ୍ଷ ମାଧ୍ୟମ ପ୍ରଦାନ ଏବଂ ଆମେ ନିବେଶକମାନଙ୍କୁ ଏହି ସୁଯୋଗର ଉପଯୋଗ କରିବା ପାଇଁ ଆମନ୍ତ୍ରଣ କରୁଛୁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel