Categories: Uncategorized

ଏଏମ୍‌ଏଫ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧ା୭: ଆକ୍ସିସ୍‌ ମ୍ୟୁଚୁଆଲ୍‌ ଫଣ୍ଡ (ଏଏମ୍‌ଏଫ୍‌) ର ନୂତନ ଉତ୍ପାଦ ‘ଆକ୍ସିସ୍‌ ନିଫ୍ଟି ୫୦୦ଇଣ୍ଡେକ୍ସ ଫଣ୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ନୂଆ ଫଣ୍ଡ ଅଫରର ଅନାବରଣ ନିକଟରେ ହୋଇଯାଇଛି। ବିଶେଷ କରି ଏହା ଏକ ଓପନ୍‌ ଏଣ୍ଡେଡ ଇଣ୍ଡେକ୍ସ ଫଣ୍ଡ ହୋଇଥିଲାବେଳେ ଏହାର ମୂଳ ଲକ୍ଷ୍ୟ ହେଉଛି, ନିଫ୍ଟି ୫୦୦ଟୋଟାଲ ରିଟର୍ନ ଇଣ୍ଡେକ୍ସ (ଟିଆର୍‌ଆଇ)ର ପ୍ରଦର୍ଶନକୁ ଦୋହରାଇବା।

ଅପରପକ୍ଷରେ ନ୍ୟାଶନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଥିବା ଶ୍ରେଷ୍ଠ ୫୦୦ କମ୍ପାନୀରେ ନିବେଶ କରିବା ଲାଗି ଏହା ନିବେଶକମାନଙ୍କୁ ସୁଯୋଗ ପ୍ରଦାନ କରୁଛି। ଏହାର ନୂଆ ଫଣ୍ଡ ଅଫର ୨୦୨୪ ଜୁଲାଇ ୯ରେ ବନ୍ଦ ହେବ। ଏହି ଫଣ୍ଡକୁ କାର୍ତ୍ତିକ କୁମାର ଓ ସଚିତ ରେଲେକର ପରିଚାଳନା କରିବେ। ଏ ସମ୍ପର୍କରେ ଆକ୍ସିସ୍‌ ଏଏମ୍‌ସିର ଏମ୍‌ଡି ତଥା ସିଇଓ ବି ଗୋପକୁମାର କହିଛନ୍ତି, ଆମେ ଆକ୍ସିସ୍‌ ନିଫ୍ଟି ୫୦୦ଇଣ୍ଡେକ୍ସ ଫଣ୍ଡକୁ ଉନ୍ମୋଚନ ସହ ବଜାର ପ୍ରବେଶ କରାଇ ବେଶ୍‌ ଉତ୍ସାହିତ ଅଛୁ।