Categories: ବାଣିଜ୍ୟ

ଏଏମ୍‌ଏଫ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୧।୧୨: ଆକ୍ସିସ୍‌ ମ୍ୟୁଚୁଆଲ୍‌ ଫଣ୍ଡ୍‌ର ନୂତନ ଉତ୍ପାଦ ‘ଆକ୍ସିସ ୟୁଏସ୍‌ ଟ୍ରେଜେରି ଡାଇନାମିକ୍‌ ବଣ୍ଡ୍‌ ଇଟିଏଫ୍‌ ଫଣ୍ଡ୍‌ ଅଫ୍‌ ଫଣ୍ଡ୍‌’କୁ ନିକଟରେ ଉନ୍ମୋଚନ କରାଯାଇଛି। ଆକ୍ସିସ୍‌ ଏଏମ୍‌ସିର ଏମ୍‌ଡି ଏବଂ ସିଇଓ ବି. ଗୋପ କୁମାର କହିଛନ୍ତି,ବିଶ୍ୱ ଅର୍ଥନୈତିକ ଦୃଶ୍ୟପଟ ଦ୍ରୁତଗତିରେ ବଦଳୁଛି। ଏହି ପରିପ୍ରେକ୍ଷୀରେ ଆମେରିକୀୟ ଟ୍ରେଜେରି ଏକ ଆକର୍ଷଣୀୟ ପୁଞ୍ଜିନିବେଶ ପଥ ଉପସ୍ଥାପନ କରିଛି। ଏପରିକି ୟୁଏସ୍‌ ଫେଡ୍‌ ବାଲାନ୍ସ ସିଟ୍‌ର ଉଲ୍ଲେଖନୀୟ ସମ୍ପ୍ରସାରଣ ଏବଂ ଗତ ଅଢ଼େଇବର୍ଷ ଧରି ସହଜ ମୁଦ୍ରାନୀତି ଆଭିମୁଖ୍ୟ ଯୋଗୁ ସେମାନେ ଐତିହାସିକ ଶୀର୍ଷରେ ରହିଛନ୍ତି। ଏହାବ୍ୟତୀତ, ବର୍ତ୍ତମାନର ବଜାର ସର୍ତ୍ତାବଳୀ ଅବଧି ସମ୍ପତ୍ତି ପାଇଁ ଆବଣ୍ଟନ ଆବଶ୍ୟକ କରୁଛି। ଏହି ଫଣ୍ଡ୍‌ର ଏନ୍‌ଏଫ୍‌ଓ ଚଳିତ ବର୍ଷ ଡିସେମ୍ବର ୧୨ ରେ ଖୋଲିବ ଏବଂ ୨୦୨୩ ଡିସେମ୍ବର୧୯ରେ ବନ୍ଦ ହେବ।

Share