Categories: ବାଣିଜ୍ୟ

ଏମ୍‌ଜିର ସ୍ମାର୍ଟ ଇଭି-କମେଟ ପ୍ରଦର୍ଶିତ

ନୂଆଦିଲ୍ଲୀ,୧୭।୪: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଏମଜି ମୋଟର ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ସ୍ମାର୍ଟ ଇଲେକଟ୍ରିକ ଭେହିକିଲ (ଇଭି) କମେଟ’ର ଉତ୍ପାଦନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି କମ୍ପାନୀର ଗୁଜରାଟସ୍ଥିତ ହାଲୋଲ କାରଖାନାରୁ ପ୍ରଥମ ୟୁନିଟ ଉତ୍ପାଦନ ସହ ତା’ର ସ୍ମାର୍ଟ ଇଭି-କମେଟ ଉପତ୍ାଦନ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି। ଏପରିକି ବିଶ୍ୱସ୍ତରରେ ପ୍ରଶଂସିତ ଜିଏସ ଇଭି ପ୍ଲାଟଫର୍ମ ଉପରେ ଆଧାରିତ ଏମଜି କମେଟ ଏକ ନବୋନ୍ମେଷୀ ଏବଂ ଭବିଷ୍ୟତର ଡିଜାଇନ ପରିଭାଷାକୁ ପରିସ୍ଫୁଟ କରୁଛି, ଯାହା ନିଶ୍ଚିତ ଭାବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ।
ଏ ସମ୍ପର୍କରେ ଏମ୍‌ଜି ମୋଟରର ଚିଫ୍‌ ଅପରେଟିଂ ଅଫିସର ବିଜୁ ବଲେନ୍ଦ୍ରନ କହିଛନ୍ତି, ଆମେ ନବୋନ୍ମେଷୀ ଏବଂ ଦୀର୍ଘସ୍ଥାୟୀ ଗମନାଗମନ ସମାଧାନ ଯୋଗାଇଦେବାକୁ ପ୍ରତିବଦ୍ଧ ରହିଛୁ। ଏପରିକି ଏମଜି କମେଟକୁ ନେଇ ଗାଡି ଚାଳନାର ଅନେକ ଉପଭୋଗ୍ୟ ବୈଶିଷ୍ଟ୍ୟ ଥିବା ଏକ ଭବିଷ୍ୟବାସୀ ଏବଂ ପ୍ରାକ୍ଟିକାଲ ସହରାଞ୍ଚଳ ଇଭି ଆମେ ଗ୍ରାହକଙ୍କୁ ଯୋଗାଇ ଦେଇପାରିବୁ।

Share