ଯାହା କରିବାକୁ ଇଚ୍ଛା ନ ଥିଲା ତାହା ବି କରିଛନ୍ତି ୟାମି

ମୁମ୍ବାଇ: ବଲିଉଡ୍‌ରେ ନାୟିକା ହେବାର ସ୍ୱପ୍ନ ଦେଖୁଥିବା ଅନେକ ଅଭିନେତ୍ରୀ ବିଭିନ୍ନ ପ୍ରକାର ଉତ୍‌ଥାନ ପତନ ଦେଇ ଆସିଥିବା ବେଳେ ଏମାନଙ୍କ ମଧ୍ୟରୁ କେହି କେହି ସଫଳ ହୋଇଥାଆନ୍ତି ତ ପୁଣି କିଏ ଏହି ରେସ୍‌ରେ ହାରି ଯାଇଥାଆନ୍ତି । ଏମିତି ଜଣେ ଅଭିନେତ୍ରୀ ହେଲେ ୟାମି ଗୌତମ । ଏବେ ସେ ବଲିଉଡ୍‌ର ଜଣେ ସଫଳ ଅଭିନେତ୍ରୀ । ହେଲେ ନିକଟରେ ଏକ ସାକ୍ଷାତ୍‌କାରରେ ସେ ତାଙ୍କ ବିଗତ ଅନୁଭୁତି ଶେୟାର କରିଛନ୍ତି । ଯାହା ତାଙ୍କ ପାଇଁ ଖୁବ୍ ତିକ୍ତ ଥିଲା । ଆଜି ସେ ମନ ପସନ୍ଦର ଚରିତ୍ରରେ ଅଭିନୟ କରୁଥିବା ବେଳେ ଗତ ୬-୭ ବର୍ଷ ତଳେ କିନ୍ତୁ ଏହା ଥିଲା ସମ୍ପୂର୍ଣ୍ଣ ଭିନ୍ନ ।
ୟାମି କହିଛନ୍ତି ଯେତେବେଳେ ସେ ମନୋରଞ୍ଜନ ଦୁନିଆରେ ଏଣ୍ଟ୍ରି କଲେ ଯେତେବେଳେ ସେ କିିଛି ଚରିତ୍ରରେ ଅଭିନୟ କରିବାକୁ ଚାହୁଁ ନ ଥିଲେ । ହେଲେ ଯେହେତୁ ସେ ଅଭିନୟ ପାଇଁ ଆସିଥିଲେ ସେଥିପାଇଁ ସେ ଏସବୁ ଚରିତ୍ର କରିବାକୁ ବାଧ୍ୟ ହୋଇଥିଲେ ବୋଲି କୁହନ୍ତି । ଏମିତିକି ତାଙ୍କୁ କୁହାଯାଇଥିଲା ଏମିତି ନ କଲେ ସେ ନଜରରୁ ହଟିଯିବେ, ମୁଣ୍ଡରୁ ବାହାରି ଯିବେ । ଏପଟେ ତାଙ୍କ ନିକଟରେ କୌଣସି ଅପଶନ ନ ଥିବାରୁ ସେ ଏମିତି କିଛି ଚରିତ୍ରରେ ଅଭିନୟ କରିଥିବା କହିଛନ୍ତି । ହେଲେ ପରେ ଏସବୁ କିଛି କାମରେ ଆସି ନ ଥିବା ୟାମି କୁହନ୍ତି । ଆଜି ଜଣେ ଆଗଧାଡିର କଳାକାର ଭାବେ ୟାମି କୋଟି କୋଟି ଦର୍ଶକଙ୍କ ପସନ୍ଦର ନାୟିକା ପାଲଟି ଯାଇଛନ୍ତି । ହେଲେ ଆରମ୍ଭର ଏହି ରାସ୍ତା ଏତେ ସହଜ ନ ଥିଲା ବୋଲି ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି ।

Share