Categories: ଜାତୀୟ

ଏଲଏସିରେ ଉତ୍ତେଜନା ମଧ୍ୟରେ ଚାଇନା ଉପରେ ନଜର ରଖିବ ଆମେରିକାର ଏହି ଡ୍ରୋନ

ନୂଆଦିଲ୍ଲୀ,୨୫।୧୧: ସୀମାରେ ଚାଇନା ସହ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଆମେରିକା ସହ ଭାରତର ଘନିଷ୍ଠତା ଯୋଗୁ ମିଳିଥିବା ଦୁଇଟି ଡ୍ରୋନକୁ ନୌସେନାରେ ସାମିଲ କରାଯାଇଛି। ହିନ୍ଦ ଓ ପ୍ରଶାନ୍ତ ମହାସାଗରରେ ନଜର ରଖିବା ପାଇଁ ଆମେରିକାରୁ ଆସିଥିବା ୨ଟି ପ୍ରିଡେଟର ଡ୍ରୋନକୁ ମୁତୟନ କରାଯାଇଛି। ଏଥିସହ ଏହା ଭାରତୀୟ ସୀମାର ସୁରକ୍ଷା ମଧ୍ୟ କରିବ। ଆବଶ୍ୟକ ପଡିଲେ ଏହି ଡ୍ରୋନଗୁଡିକୁ ଭାରତ ଓ ଚାଇନା ସୀମା ପୂର୍ବ ଲଦାଖ ସ୍ଥିତ ଏଲଏସିରେ ମଧ୍ୟ ମୁତୟନ କରାଯାଇପାରେ ବୋଲି କୁହାଯାଉଛି। ଭାରତ ଓ ଚାଇନା ଉତ୍ତେଜନାକୁ ଦୃଷ୍ଟିରେ ରଖି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରାଳୟ ୨ଟି ଡ୍ରୋନ ଲାଗି ଅନୁମତି ଦେଇଥିଲେ।

Share