ନୂଆଦିଲ୍ଲୀ,୨୩।୪: ପ୍ରତିରକ୍ଷା ମନ୍ତ୍ରଣାଳୟ ଜର୍ମାନୀରୁ ୨୩ଟି ମୋବାଇଲ ଅକ୍ସିଜେନ ପ୍ରଦାନକାରୀ ପ୍ଲାଣ୍ଟ (ଉଦ୍ଭିଦ) ମଗାଇବାକୁ ନିଷ୍ପତ୍ତି ନେଇଛି। ପ୍ରତ୍ୟେକ ପ୍ଲାଣ୍ଟ ମିନିଟ୍ ପିଛା ୪୦ ଲିଟର ଅକ୍ସିଜେନ ପ୍ରଦାନ କରିବ। ଯାହା ଫଳରେ ମେଡିକାଲକୁ ଘଣ୍ଟା ପ୍ରତି ୨,୪୦୦ ଲିଟର ଅକ୍ସିଜେନ ମିଳିପାରିବ।
ମନ୍ତ୍ରଣାଳୟର ମୁଖ୍ୟ ପ୍ରବକ୍ତା ଏ. ଭରତ ଭୂଷଣ ବାବୁ କହିଛନ୍ତି, ଏହି ପ୍ଲାଣ୍ଟଗୁଡ଼ିକ ବିମାନ ଯୋଗେ ଜର୍ମାନୀରୁ ଅଣାଯିବ। ଏହାକୁ ସଶସ୍ତ୍ର ବାହିନୀ ମେଡିକାଲ ସେବା (ଏଏଫ୍ଏମ୍ଏସ୍) ହସ୍ପିଟାଲରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହାର କରାଯିବ। ମହାମାରୀକୁ ଦୃଷ୍ଟିରେ ରଖି ଡାକ୍ତରୀ ଭିତ୍ତିଭୂମି ବୃଦ୍ଧି ପାଇଁ ଆବଶ୍ୟକ କ୍ରୟ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜରୁରୀକାଳୀନ ଆର୍ଥିକ କ୍ଷମତା ପ୍ରଦାନ କରିବାର ୪ ଦିନ ପରେ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।