Categories: ଖେଳ

ନୂଆ ଇଂନିସ ଆରମ୍ଭ କରିବେ ସାନିଆ-ଶୋଏବ

ଦୁବାଇ,୧୩।୧୧: ଭାରତର ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଛାଡପତ୍ରକୁ ନେଇ ବେଶ୍‌ ଆଲୋଚନା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ଦୁହେଁ ଏକ ନୂଆ ଇଂନିସ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଦୁହେଁ ମିଶି ଏକ ଟିଭି ଶୋ’ ହୋଷ୍ଟ କରିବେ। ଏନେଇ ଉଭୟ ଏକ ଉର୍ଦ୍ଦୁ ଚ୍ୟାନେଇ ସହ ଚୁକ୍ତିନାମା କରିଛନ୍ତି। ଏହି ଶୋ’ର ନାମ ରହିଛି ମିର୍ଜା-ମଲିକ ଶୋ’। ସୋସିଆଲ ମିଡିଆ ମାଧ୍ୟମରେ ସାନିଆ-ଶୋଏବ ସୂଚନା ଦେଇଛନ୍ତି। ଏହା ଏକ ଟକ ଶୋ’ ହେବ। ଏହା ପ୍ରଥମ ଥର ହେବ ଏକ ଯୋଡି ଏକ ଶୋ’ରେ ଏକାଠି କାମ କରିବେ।
ଶୋ’ ବିଷୟରେ ଆଲୋଚନା କରି ସାନିଆ ଏବଂ ଶୋଏବ କହିଥିଲେ ଯେ, ସେମାନେ ଏକାଠି ନୂଆ କାମ କରିବାକୁ ଭଲ ପାଆନ୍ତି ଏବଂ ଶୋ’ କରିବାର ସୁଯୋଗ ପାଇବା ମାତ୍ରେ ସେମାନେ ବହୁତ ଉତ୍ସାହିତ ଥିଲେ। ଆମକୁ ଚ୍ୟାଲେଞ୍ଜ ପସନ୍ଦ, ତେଣୁ କ୍ରୀଡା ଠାରୁ ଦୂରେଇ ରହିବା ଏବଂ ଗଣମାଧ୍ୟମରେ କାର୍ଯ୍ୟ କରିବା ଆମ ପାଇଁ ଅତ୍ୟନ୍ତ ଉତ୍ସାହଜନକ ଥିଲା। ଏହି ଶୋ’ ଘୋଷଣା କରିବା ସହ ଉଭୟ ଛାଡପତ୍ର ଚର୍ଚ୍ଚା ଉପରେ ବିରାମ ଲାଗିଛି।

Share