Categories: ଜାତୀୟ

ବଲିଉଡ୍‌ ଅଭିନେତାଙ୍କ ଘରୁ ଚୋରି

ମୁମ୍ବାଇ, ୧।୬: ବଲିଉଡ୍‌ ଷ୍ଟାର ସଲମାନ ଖାନଙ୍କ ସହ ବିବାଦ ପାଇଁ ଏବେ ଚର୍ଚ୍ଚାରେ ଥିବା କେଆର୍‌କେ ଭାବେ ଜଣାଶୁଣା କମଲ ରଶିଦ ଖାନଙ୍କ ଘରୁ ଚୋରି ହୋଇଛି। ଚୋରି ବେଳର ସିସିଟିଭି ଫୁଟେଜ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓରେ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି ଲୁଚି ଲୁଚି ଘରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି। ଉକ୍ତ ବ୍ୟକ୍ତି ତାଙ୍କ ଘରେ ଥିବା ଟଙ୍କା ଲୁଟି ନେଇଛନ୍ତି। ଯଥା ଶୀଘ୍ର ଚୋରକୁ ଧରିବା ପାଇଁ ମୁମ୍ବାଇ ପୋଲିସକୁ ଅନୁରୋଧ କରିଛନ୍ତି କେଆର୍‌କେ।

ଟୁଇଟରରେ କିଛି ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ଗତ ରାତିରେ ଏହି ବ୍ୟକ୍ତି ମୋ ଘରେ ପଶି ଆସିଥିଲା। ସେଫ୍‌ ଭାଙ୍ଗି ସମସ୍ତ ଟଙ୍କା ନେଇଯାଇଛି। ଆଶା କରୁଛି ମୁମ୍ବାଇ ପୋଲିସ ଶୀଘ୍ର ଚୋରଙ୍କୁ ଧରିବେ। ସେ ଆଉ ଏକ ଟୁଇଟ୍‌ରେ ଲେଖିଛନ୍ତି, ମୋତେ ଡରାଇବା ପାଇଁ ଗୁଣ୍ଡା ଏଭଳି କରିଥାଇପାରନ୍ତି। କିନ୍ତୁ ମୁଁ ସେମାନଙ୍କୁ ଡରୁ ନାହିଁ। ସେମାନଙ୍କୁ ପ୍ରତ୍ୟେକ ଦିନ ମୋ ଘର ଭାଙ୍ଗିବାକୁ ଦିଅ।

Share