Categories: ଜାତୀୟ

ଆମେରିକାକୁ ଉଡ଼ିବ ଅଧିକ ବିମାନ

ନୂଆଦିଲ୍ଲୀ,୩୦।୭: ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରୀଛାତ୍ରଙ୍କ ନିମନ୍ତେ ଏୟାର ଇଣ୍ଡିଆ ଶୁକ୍ରବାର ଏକ ବଡ଼ ଘୋଷଣା କରିଛି। ଅଗଷ୍ଟ ପ୍ରଥମ ସପ୍ତାହରୁ ଆମେରିକାକୁ ଅଧିକ ବିମାନ ଉଡିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

ଭାରତରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣାକୁ ଦୃଷ୍ଟିରେ ରଖି ମୁମ୍ବାଇ ଏବଂ ନ୍ୟୁୟର୍କ ମଧ୍ୟରେ ବିମାନ ସେବାକୁ ବାତିଲ କରିବାକୁ ପଡିଥିଲା। ଯାତ୍ରୀମାନଙ୍କୁ ଏହି ବାତିଲ ବିଷୟରେ ଆଗୁଆ ସୂଚନା ଦିଆଯାଇଥିଲା। ବର୍ତ୍ତମାନ ଆମେରିକାକୁ ବିମାନ ଚଳାଚଳ ଉପରେ ବୃଦ୍ଧି ପାଇଁ ଯୋଜନା ଆରମ୍ଭ ହୋଇଛି। ପୂର୍ବରୁ ଆମେରିକାକୁ ୪୦ ବିମାନ ଚଳାଚଳ କରୁଥିଲା। ଜୁଲାଇ ୨୦୨୧ରୁ ପ୍ରତି ସପ୍ତାହରେ ୧୧ଟି ବିମାନ ଚଳାଚଳ କରୁଛି। ଅଗଷ୍ଟ ୭ରୁ ୨୨ଟି ବିମାନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

Share