Categories: ଜାତୀୟ

ପୁଣି ମୁଣ୍ଡ ଟେକିଲାଣି କରୋନା, ୬ ରାଜ୍ୟକୁ ଚିଠି ଲେଖି ସତର୍କ ରହିବାକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୬।୩: ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ଏବେ ୬ଟି ରାଜ୍ୟରେ ପୁଣିଥରେ କରୋନା ମାମଲା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ସଚିବ ୬ଟି ରାଜ୍ୟକୁ ଚିଠି ଲେଖିଛନ୍ତି। ସେହି ୬ଟି ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, ଗୁଜୁରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଏବଂ କର୍ନାଟକ ରହିଛି। ଚିଠିରେ କୁହାଯାଇଛି ଯେ, ଗତ କିଛି ମାସ ମଧ୍ୟରେ କୋଭିଡ ମାମଲାରେ ହ୍ରାସ ଘଟିଥିଲା, କିନ୍ତୁ ଗତ ଏକ ସପ୍ତାହ ମଧ୍ୟରେ ହଠାତ୍‌ ଏହି ମାମଲାରେ ବୃଦ୍ଧି ଘଟିଛି। ତେଣୁ ରାଜ୍ୟ ସରକାରମାନେ କରୋନାକୁ ନିୟନ୍ତ୍ରଣ କରିବା ଉପରେ ଧ୍ୟାନ ଦେବା ଉଚିତ୍‌। ଏଥିସହ ଟେଷ୍ଟିଂ, ଟ୍ରାକିଂ, ଟିକାକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share