ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ଖାଦ୍ୟ ଯୋଗାଣ ଜାରି ରଖି ଅଭାବୀ ଦେଶମାନଙ୍କୁ ସାହାଯ୍ୟ କରିଛି: ଜାତିସଂଘରେ କହିଲା ଭାରତ…

ଜେନେଭା,୨୫।୭ : ୟୁକ୍ରେନ ବିବାଦ ମଧ୍ୟରେ ଭାରତ ଖାଦ୍ୟ ଯୋଗାଣରେ ବାଧା ହ୍ରାସ କରି ଅଭାବୀ ଦେଶମାନଙ୍କୁ ମଧ୍ୟ ସାହାଯ୍ୟ କରିଛି। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧ ପାକିସ୍ତାନ, ଶ୍ରୀଲଙ୍କା ଭଳି ଦେଶକୁ ମଧ୍ୟ ପ୍ରଭାବିତ କରିଛି। ଫଳରେ ସେମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ପଡୋଶୀ ଦେଶ ସମେତ ଭାରତ ଅନ୍ୟ ଦେଶକୁ ମଧ୍ୟ ସାହାଯ୍ୟ ଜାରି ରଖିଛି।

ମିଳିତ ଜାତିସଂଘର ଦେଶର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି ଜାରି ରହିଥିବା ରୁଷିଆ-ୟୁକ୍ରେନ ବିବାଦ ମଧ୍ୟରେ ଭାରତ ଏହାର ପଡ଼ୋଶୀ ଦେଶ ସମେତ ଅଭାବୀ ଦେଶମାନଙ୍କୁ ଆର୍ଥିକ ତଥା ଖାଦ୍ୟ ସହାୟତା ଯୋଗାଇ ଖାଦ୍ୟ ଏବଂ ଦ୍ରବ୍ୟ ଯୋଗାଣ ଶୃଙ୍ଖଳାରେ ସକ୍ରିୟ ଭାବରେ କାର୍ଯ୍ୟ କରିଛି।

ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ରେ ଶାନ୍ତି ପ୍ରତିଷ୍ଠା ଏବଂ ନିରନ୍ତର ଶାନ୍ତି ଉପରେ ବିତର୍କରେ ଭାଷଣ ଦେଇଥିଲେ। ସେ କହିଛନ୍ତି ଗ୍ଲୋବାଲ ସାଉଥରେ ଭାରତର ୪୦ ବିଲିୟନ ଡ଼ଲାରର ବିକାଶ ପ୍ରକଳ୍ପ ମାନବ-କେନ୍ଦ୍ରିକ ବିଶ୍ୱ ପ୍ରତି ଅଦମ୍ୟ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏଥିସହ ସେ ମିଳିତ ଜାତିସଂଘର ସଂସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକୁ ଦୋହରାଇଛନ୍ତି।

Share