ଟେକ୍ସାସ ଗୁଳିକାଣ୍ଡର ସୂଚନା ଦେଇଥିବା ଗଭର୍ନର ନିଜେ ଜଣେ ବନ୍ଧୁକ ସମର୍ଥକ

ଟେକ୍ସାସ, ୨୫ ।୫: ଆମେରିକାର ଦକ୍ଷିଣ ମଧ୍ୟ ଅଞ୍ଚଳରେ ଥିବା ଟେକ୍ସାସର ଏକ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ସକାଳେ(ସ୍ଥାନୀୟ ସମୟ) ଗୁଳିକାଣ୍ଡ ହୋଇଛି । ଏହି ଘଟଣାରେ ୧୮ ଛାତ୍ରଙ୍କ ସମେତ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜଣେ ୧୮ ବର୍ଷିୟ ବାଳକ ଆଖିବୁଜା ଗୁଳି ଚାଳନା କରି ୨୧ ଜଣଙ୍କୁ ହତ୍ୟା କରିଥିବା କୁହାଯାଉଛି । ଏହି ଘଟଣାର ସୂଚନା ଟେକ୍ସାସର ଗଭର୍ନର ଗ୍ରେଗ ଏର୍ବାଟ ଦେଇଛନ୍ତି । ହେଲେ ଏହି ଗଭର୍ନର ୭ ବର୍ଷ ପୂର୍ବେ ବନ୍ଧୁକକୁ ସମର୍ଥନ କରୁଥିବା ବେଳେ ଆହୁରି ଅଧିକ ବନ୍ଧୁକ କିଣିବାକୁ ଲୋକଙ୍କୁ ଅପିଲ କରିଥିଲେ । ଏହାକୁ ନେଇ ତାଙ୍କର ୭ ବର୍ଷ ପୁରୁଣା ଏକ ଟୁଇଟ ଭାଇରାଲ ହେବାରେ ଲାଗିଛି ।
ଗଭର୍ନର ଏର୍ବାଟ ୨୮ ଅକ୍ଟୋବର ୨୦୧୫ରେ ଏକ ଟୁଇଟରେ କହିଥିଲେ କି ଟେକ୍ସାସ ଆମେରିକାରରେ ବନ୍ଧୁକ କିଣିବା ମାମଲାରେ ଦ୍ୱିତୀୟ ସ୍ଥାନରେ ରହିଛି । ଅର୍ଥାତ୍ ଏହା କାଲିଫର୍ନିଆ ପଛରେ ରହିଛି । ତେଣୁ ସେ ଜନତାଙ୍କୁ ଆହୁରି ଅଧିକ ବନ୍ଧୁକ କିଣିବାକୁ ଅପିଲ କରିଥିଲେ ।

Share