Categories: ଜାତୀୟ

ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ଆଜି ଜମ୍ମୁ କଶ୍ମୀର ଗସ୍ତ କରିବେ ଅମିତ ଶାହା

ଜମ୍ମୁ କଶ୍ମୀର,୧୬।୬: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ରବିବାର ଜମ୍ମୁକଶ୍ମୀର ଗସ୍ତ କରିବେ। ସେଠାରେ ସେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ସହ ଆତଙ୍କବାଦ ବିରୋଧୀ ଅଭିଯାନକୁ ଜୋରଦାର କରିବା ଲାଗି ନିର୍ଦ୍ଦେଶ ଦେବେ। ଏହାଛଡ଼ା ସେ ଜୁନ ୨୯ରୁ ଆରମ୍ଭ ହେବାକୁ ଥିବା ବାର୍ଷିକ ଅମରନାଥ ଯାତ୍ରାର ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିବେ।

ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ଉପରେ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦି ଆତଙ୍କବାଦ ବିରୋଧରେ ଅଭିଯାନକୁ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଥିଲେ। ରବିବାର ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋାଲ, ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିନ୍ହା, ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏବଂ କେନ୍ଦ୍ରୀୟ ଗୃହ ସଚିବ ଅଜୟ ଭଲ୍ଲାଙ୍କ ସମେତ ଅନେକ ଶୀର୍ଷ ନେତୃବୃନ୍ଦ ଭାଗ ନେବେ। ଏହି ଅବସରରେ ଶାହାଙ୍କୁ ଜମ୍ମୁ କଶ୍ମୀରର ସୁରକ୍ଷା ସ୍ଥିତି, ସୀମାରେଖାରେ ସୁରକ୍ଷାବଳଙ୍କ ନିଯୁକ୍ତି, ଆତଙ୍କବାଦ ବିରୋଧୀ ଅଭିଯାନର ସ୍ଥିତି ବିଷୟରେ ଅବଗତ କରାଇବାର ସମ୍ଭାବନା ରହିଛି।

Share