Categories: ଜାତୀୟ

ମାଲିକଙ୍କ ଅପେକ୍ଷାରେ ୪ ଦିନ ହେଲା ଟନେଲ ବାହାରେ ଛିଡ଼ା ହୋଇଛି କୁକୁର

ଚାମୋଲି, ୧୨।୨: କୁକୁରମାନେ ମଣିଷର ଭଲ ବନ୍ଧୁ। ଏଥିରେ କିଛି ସନ୍ଦେହ ନାହିଁ। ନିଜ ବନ୍ଧୁ ତଥା ମାଲିକଙ୍କ ପାଇଁ କୁକୁରମାନେ ଜୀବନ ଦେଇପାରନ୍ତି। ଏଭଳି ଘଟଣା ଉତ୍ତରାଖଣ୍ଡର ଚାମୋଲି ଜିଲାରୁ ସାମ୍ନାକୁ ଆସିଛି, ଯେଉଁଠାରେ ବନ୍ୟା ଯୋଗୁ ୩୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭୦ରୁ ଅଧିକ ଲୋକେ ନିଖୋଜ ଅଛନ୍ତି।

ତାପୋବନ ଡ୍ୟାମର ଏକ ଟନେଲରେ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ବ୍ଲାକି ନାମକ ଏକ ଭୁତିଆ ବ୍ରିଡ୍‌ର କୁକୁର ବାହାରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ତଡ଼ିବା ସତ୍ତ୍ୱେ ବ୍ଲାକି ଯାଗା ଛାଡ଼ୁ ନ ଥିବା ଉଦ୍ଧାର କାର୍ଯ୍ୟରେ ମୁତୟନ ଯବାନମାନେ କହିଛନ୍ତି। ଦୀର୍ଘ ୪ ଦିନ ହେଲା ଡ୍ୟାମର କର୍ମଚାରୀଙ୍କୁ ଅପେକ୍ଷା କରିଛି ଏହି କୁକୁର। ଡ୍ୟାମର କର୍ମଚାରୀମାନେ ବ୍ଲାକିକୁ ପାଳିଥିଲେ ବୋଲି ଜଣେ କର୍ମଚାରୀ ରାଜିନ୍ଦର କୁମାର କହିଛନ୍ତି।

Share