ଯୁଦ୍ଧ ମଧ୍ୟରେ ଭାଇରାଲ ହେଉଛି ଏହି ପ୍ରେମୀଯୁଗଳଙ୍କ ଫଟୋ

ନୂଆଦିଲ୍ଲୀ,୨୫।୨: ରୁଷିଆ ପକ୍ଷରୁ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରହିଛି। ଏଥିଲାଗି ୟୁକ୍ରେନରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସୋସିଆଲ ମିଡିଆରେ ଘୁରିବୁଲୁଛି ଏକ ଫଟୋ। ଉଭୟ ଦେଶର ପତାକା ଦେହରେ ଗୁଡ଼ାଇ ହୋଇଥିବା ଏକ ପ୍ରେମୀଯୁଗଳଙ୍କୁ ଫଟୋରେ ଦେଖିବାକୁ ମିଳୁଛି। କଂଗ୍ରେସ ଏମ୍‌ପି ଶଶି ଥରୁର ମଧ୍ୟ ଏହି ଫଟୋକୁ ଶେୟାର କରି ମର୍ମସ୍ପର୍ଶୀ କହିବା ସହ ଆସନ୍ତୁ ଆମେ ଯୁଦ୍ଧ ଏବଂ ସଂଘର୍ଷକୁ ଭୁଲି ଶାନ୍ତିକୁ ଆପଣାଇବା ବୋଲି କହିଛନ୍ତି।

Share