Categories: ଜାତୀୟ

‘ଆମ୍ବେଦକର କ୍ଲର୍କ ଥିଲେ, ସମ୍ବିଧାନ ସହ ତାଙ୍କର କୌଣସି ସମ୍ପର୍କ ନାହିଁ’,ପୂର୍ବତନ ଭିଏଚପି ନେତାଙ୍କ ବିବାଦୀୟ ବୟାନ ପରେ ଗିରଫ

ନୂଆଦିଲ୍ଲୀ,୧୫।୯: ତାମିଲନାଡୁର ପୂର୍ବତନ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ନେତା ଆରବିଭିଏସ ମଣିୟନ ବିଆର ଆମ୍ବେଦକରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଗିରଫ କରାଯାଇଛି। ଆମ୍ବେଦକରଙ୍କ ବ୍ୟତୀତ ହିନ୍ଦୁତ୍ୱ ପ୍ରସଙ୍ଗରେ ଖୋଲାଖୋଲି ଭାବେ କହୁଥିବା ଆରବିଭିଏସ ମଣିୟନ ମଧ୍ୟ ସାଧୁ-କବି ତିରୁଭାଲୁଭରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଚେନ୍ନାଇ ପୋଲିସ ରାଜଧାନୀର ଟି ନଗରରେ ଥିବା ତାଙ୍କ ଘରୁ ମଣିୟନଙ୍କୁ ଗିରଫ କରିଛି।
ଆରବିଭିଏସ ମଣିୟାନ ତାମିଲନାଡୁର ବିଶ୍ୱ ହିନ୍ଦୁ ପରିଷଦ ୟୁନିଟର ପୂର୍ବତନ ଉପାଧ୍ୟକ୍ଷ ଥିଲେ। ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ତାଙ୍କର ବୟାନ ଭାଇରାଲ ହେବାରେ ଲାଗିଛି। ତାଙ୍କର ଉତ୍ତେଜିତ ବୟାନ ସୋସିଆଲ ମିଡିଆରେ ମଧ୍ୟ ସମାଲୋଚିତ ହୋଇଥିଲା। ମଣିୟାନ ଅନେକ ହିନ୍ଦୁତ୍ୱ ସଂଗଠନର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସେ ହିନ୍ଦୁତ୍ୱର ଆଦର୍ଶ ବିସ୍ତାର କରିବାକୁ କାର୍ଯ୍ୟ କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଭାଷଣ ମଧ୍ୟ ଦେଇଛନ୍ତି।

Share