ଗରିବଙ୍କ ସାଥୀ ଅମୀର, ରକ୍ତ ଦେଇ ବଞ୍ଚାଉଛନ୍ତି ଜୀବନ

ମୋରଡ଼ା,୮ା୯: ରକ୍ତଦାନ କରି ଜୀବନ ବଞ୍ଚାଅ। ଏହି ବାର୍ତ୍ତାକୁ ନେଇ ଆଗେଇ ଚାଲିଛନ୍ତି ସେ। ଗରିବ, ନିଃସହାୟଙ୍କ ସମେତ ଆବଶ୍ୟକ ସମୟରେ ରୋଗୀଙ୍କୁ ରକ୍ତଦାନ କରି କେବଳ ନିଜ ଅଞ୍ଚଳ ନୁହେଁ ସମଗ୍ର ଜିଲାରେ ବେଶ୍‌ ଜଣାଶୁଣା। ଏହିଭଳି ଭାବେ ଗରିବଙ୍କ ସାଥୀ ପାଲଟିଛନ୍ତି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଚିତ୍ରଡ଼ାର ଅମୀର ଖାନ। ଚିତ୍ରଡ଼ା କଲେଜରେ ଅନୁଷ୍ଠିତ ଜାତୀୟ ସେବା ଯୋଜନାର ଏକ କ୍ୟାମ୍ପରେ ୧୮ ବର୍ଷ ବୟସରେ ପ୍ରଥମେ ସେ ରକ୍ତଦାନ କରିଥିଲେ। ପରେ ଏହି ରକ୍ତଦାନ ଅମୀରଙ୍କ ଏକ ଅଭ୍ୟାସରେ ପରିଣତ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ସେ ୩୦ରୁ ଅଧିକ ଥର ରକ୍ତଦାନ କରିସାରିଲେଣି।

ଏଥିପାଇଁ କାହାଠାରୁ ଟଙ୍କାଟେ ମଧ୍ୟ ନିଅନ୍ତି ନାହିଁ ବରଂ ରୋଗୀମାନଙ୍କ ପାଇଁ ସେ ନିଜେ କିଛି ଖର୍ଚ୍ଚ ବି ବହନ କରିଥାନ୍ତି। ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୫ରେ ଜିଲା ଏବଂ ୨୦୧୬ରେ ରାଜ୍ୟସ୍ତରରେ ସେ ପୁରସ୍କୃତ ହୋଇଛନ୍ତି। ୧୯୯୫ରେ ଏକ ଗରିବ ପରିବାରରେ ଜନ୍ମ ନେଇଥିବା ଅମୀର ଦିନେ ଜାଣି ନ ଥିଲେ ରକ୍ତଦାନ କରି ସାରା ଜିଲାରେ ପରିଚିତ ହେବେ। ପିଲା ବେଳୁ ଖେଳରେ ରୁଚି ରଖୁଥିବା ଅମୀର ହାଇସ୍କୁଲ କ୍ୟାରିଅରରେ କବାଡ଼ି ଖେଳ ପାଇଁ ରାଜ୍ୟସ୍ତରରେ ପରିଚିତ ହୋଇଥିଲେ। ଆଉ ଏବେ ସେ ପାଲଟିଛନ୍ତି ରୋଗୀଙ୍କ ଦରଦୀ ବନ୍ଧୁ।

ନିଜସ୍ବ ଉଦ୍ୟମରେ କିଛି ଯୁବ ଗୋଷ୍ଠୀଙ୍କୁ ନେଇ ରକ୍ତଦାନ ଶିବିର ଆୟୋଜନ କରି ଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା ୧୮ରୁ ଅଧିକ ବ୍ଲଡ ଡୋନେଶନ କ୍ୟାମ୍ପ କରିଛନ୍ତି। କରୋନା ଭଳି ମହାମାରୀ ସମୟରେ ବ୍ଲଡ କ୍ୟାମ୍ପ ମାଧ୍ୟମରେ ୧୫୦ ୟୁନିଟ ରକ୍ତ ସଂଗ୍ରହ କରି ବାରିପଦା ରେଡକ୍ରସ ରକ୍ତ ଭଣ୍ଡାରକୁ ଦେଇଛନ୍ତି। ଏତିକିରେ ସରିନାହିଁ ଅମୀରଙ୍କ କାହାଣୀ। ବର୍ଷ ତମାମ ଯେଉଁ ଡାକ୍ତରଖାନରେ ରୋଗୀଙ୍କର ରକ୍ତ ଦରକାର ହୁଏ, ଖବର ପାଇ ଅମୀର ଓ ତାଙ୍କ ସହଯୋଗୀ ଆଗେଇ ଆସନ୍ତି। ତେବେ ଆଗକୁ ଏହିଭଳି ରକ୍ତଦାନ କାର୍ଯ୍ୟରେ ବ୍ରତୀ ରହିବେ ବୋଲି ଅମୀର କହିଛନ୍ତି।

ସ୍ମାରକ ମାଜୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

ଭଟାପଲା, ବିଜାପାଟିରେ ଧାନ କିଣା ଆରମ୍ଭ: ପ୍ରଥମ ଦିନରେ ୧୩ ଚାଷୀଙ୍କ ଉଠିଲା ଧାନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରବିବାର ବୋରପଦର ପଞ୍ଚାୟତର ଭଟାପଲାଠାରେ ଧାନ ମଣ୍ଡି...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri