ଚଳଚ୍ଚିତ୍ର ପାଇଁ ପାନୁଆ ପାଲଟିଥିଲେ ଏହି ଅଭିନେତା: ଦୈନିକ ଖାଉଥିଲେ ୧୦ରୁ ୧୫ଟି ପାନ; ଶୁଟିଂସେଟକୁ…

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ଆମିର ଜଣେ। ତାଙ୍କ ଅଭିନୀତ ଫିଲ୍ମ ‘ପିକେ’ ଜବରଦସ୍ତ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଦେଶବିଦେଶର ଦର୍ଶକଙ୍କ ମନ ଜିଣିଥିଲା ଚଳଚ୍ଚିତ୍ରଟି। ଅନ୍ୟ ଗ୍ରହରୁ ପୃଥିବୀକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଯିଏ ଏଠାରେ ଭଲପାଇବା, ରାଗ, ଘୃଣା ତଥା ଭିନ୍ନ ଧର୍ମକୁ ଦେଖୁଛି ଚରିତ୍ରରେ ଅଭିନୟ କରିଥିଲେ ଆମିର। ଫିଲ୍ମରେ ସେ ମୁଣ୍ଡରେ ହେଲମେଟ, ବେକରେ ମାଳି ପକାଇ ବୁଲୁଥିବା ସହ ସର୍ବଦା ପାନ ଖାଉଥିବା ନଜର ଆସୁଥିଲେ।

ଚରିତ୍ରଟି ପରଦା ଉପରେ ସହଜ ଲାଗୁଥିଲେ ହେଁ ବହୁତ ପରିଶ୍ରମ କରିଥିଲେ ଆମିର। ପାନ ଖାଇବା ଦୃଶ୍ୟଗୁଡ଼ିକ ପାଇଁ ସେ ଶୁଟିଂ ସମୟରେ ୧୦ରୁ ୧୫ଟି ପାନ ଖାଉଥିଲେ। ତାଙ୍କ ପାଇଁ ରାଜକୁମାର ହିରାନୀ ଜଣେ ପାନଦୋକାନୀଙ୍କୁ ସେଟ୍‌କୁ ଡାକିଥିଲେ। ଫିଲ୍ମ ଶେଷ ହେବା ବେଳକୁ ସେ ଏତେ ପାନ ଖାଇଥିଲେ ଯେ ଗଣିବା ଭୁଲିଯାଇଥିଲେ।

Share