ଏହି କଥାକୁ ନେଇ ପଶ୍ଚାତାପ କରୁଛନ୍ତି ଅମିର ଖାନ୍‌

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ନିକଟରେ ତାଙ୍କର ୫୭ ତମ ଜନ୍ମଦିନ ପାଳନ କରିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବଲିଉଡ୍‌ରେ ଜଣେ ସଫଳ କଳାକାର ହୋଇଥିଲେ ମଧ୍ୟ ସେ ଆଜି ବି ଗୋଟିଏ ଜିନିଷକୁ ନେଇ ପଶ୍ଚାତାପ କରୁଛନ୍ତି।
ନିକଟରେ ଆମୀର ଖାନ ଏକ ସାକ୍ଷାତକାରରେ କହିଥିଲେ, ଯେ କାମ ହେତୁ ସେ ତାଙ୍କ ପରିବାରକୁ ହାଲୁକା ଭାବେ ନେଇଥିଲେ। କୌଣସି ସ୍ଥାନରେ ପରିବାର ପ୍ରତି ଥିବା ଦାୟିତ୍ୱ ପୂରଣ କରିପାରି ନାହଁାନ୍ତି। ମା-ବାପା, ଭାଇଭଉଣୀ, ପ୍ରଥମ ସ୍ତ୍ରୀ ରୀନାଜୀ, ଦ୍ୱିତୀୟ ସ୍ତ୍ରୀ କିରଣଜୀ ଏବଂ ପିଲାମାନେ ମୋ ନିକଟତର ଅଟନ୍ତି। କିନ୍ତୁ ସେମାନଙ୍କୁ ଯଥେଷ୍ଠ ସମୟ ଦେଇପାରି ନାହିଁ ବୋଲି ମୁଁ ଏବେ ଅନୁଭବ କରୁଛି। ୧୮ ବର୍ଷ ବୟସରୁ ମୁଁ ଫିଲ୍ମ ଜଗତକୁ ଆସିଲି। ଶିଖିବା ଏବଂ ନୂଆ କିଛି କରି ଦେଖାଇବା ଚକ୍କରରେ ମୁଁ ଏତେ ଜଡିତ ହୋଇଗଲି ଯେ ପରିବାର ପାଇଁ ସମୟ ପାଇଲି ନାହିଁ। କିନ୍ତୁ ଆଜି ମୁଁ ଅନୁଭବ କରୁଛି ଯେ ପରିବାର ସବୁ କାମ ଠାରୁ ସର୍ବାଗ୍ରେ।
୧୯୮୬ରେ ଅମିର ରୀନା ଦତ୍ତଙ୍କୁ ବିବାହ କରିଥିଲେ। ଜୁନୈଦ ଏବଂ ଇରା ଖାନ ନାମରେ ୨ଟି ସନ୍ତାନ ଅଛି। ଉଭୟ ୨୦୦୨ରେ ଅଲଗା ହୋଇଥିଲେ। ଅମିର ୨୦୦୫ ମସିହାରେ କିରଣ ରାଓଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ପୁଅ ଆଜାଦ ରାଓ ଖାନ ଅଛି। ଦୁହେଁ ଫିଲ୍ମ ‘ଲଗାନ’ର ସେଟରେ ଭେଟିଥିଲେ। ଗତ ବର୍ଷ ୨୦୨୧ରେ ଦୁହେଁ ଅଲଗା ହୋଇଥିଲେ। ୱାର୍କ ଫ୍ରଣ୍ଟରେ ସୁପରଷ୍ଟାର ପରବର୍ତ୍ତୀ ସମୟରେ ଫିଲ୍ମ ‘ଲାଲ ସିଂ ଚଢା’ରେ ନଜର ଆସିବେ, ଏହି ଫିଲ୍ମରେ କରୀନା କପୁର ଖାନ, ମୋନା ସିଂ ଏବଂ ନାଗା ଚୈତନ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିବେ। ଏହି କମେଡି-ଡ୍ରାମା ଚଳଚ୍ଚିତ୍ର ଏପ୍ରିଲ ୧୪, ୨୦୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି।

Share