ବଦଳିବନି ଅମିର ଖାନଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ରିଲିଜ୍‌ ତାରିଖ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିର ଖାନ ତାଙ୍କର ଆଗାମୀ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି । ତେବେ ତାଙ୍କର ଏହି ଫିଲ୍ମଟି ଏପ୍ରିଲ ୧୪ରେ ସିନେମା ହଲରେ ରିଲିଜ୍‌ ହେବା ପାଇଁ ଘୋଷଣା ହୋଇଛି। କିନ୍ତୁ କୋଭିଡ୍‌ ସ୍ଥିତି ବିଗୁଡୁଥିବାରୁ ଏହି ଫିଲ୍ମ ତାରିଖ ଘୁଞ୍ଚାଇ ଦିଆଯିବ ବୋଲି କୁଆଯାଉଛି। ସେହିପରି ଏପ୍ରିଲ ୧୪ରେ ‘କେଜିଏଫ ଚାପ୍ଟର ୨’ମଧ୍ୟ ରିଲିଜ୍‌ ହେବ। ଦୁଇଟି ଫିଲ୍ମ ଗୋଟିଏ ଦିନରେ ଦର୍ଶକଙ୍କ ସାମ୍ନାକୁ ଆସୁଛି।  ତେବେ ଅମିର  ନିଜର ଫିଲ୍ମର ରିଲିଜ୍‌ ତାରିଖ ବଦଳାଇ ପାରନ୍ତି ବୋଲି ଗୁଜବ ହେଉଥିଲା। କିନ୍ତୁ ଏବେ ଅମିର  ଏହି ସବୁ ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇ କହିଛନ୍ତି ଯେ, ‘ଫିଲ୍ମର ରିଲିଜ୍‌ ତାରିଖ ବଦଳିବ ନାହିଁ। ଫିଲ୍ମ ନିିର୍ଦ୍ଧାରିତ ତାରିଖରେ ରିଲିଜ୍‌ ହେବ। ଫିଲ୍ମ ରିଲିଜ୍‌କୁ ନେଇ ସମସ୍ତ ଖବର ଭୁଲ ଅଟେ, ସେଥିପାଇଁ ଏଭଳି ଖବରକୁ ବିଶ୍ୱାସ କରନ୍ତୁ ନାହିଁ।’

‘ଲାଲ ସିଂହ ଚଡ୍ଡା’ ରେ ଅମିରଙ୍କ ଖାନ ସହିତ କରୀନା କପୁର ନଜର ଆସିବେ। ଅମିରଙ୍କ ଏହି ଫିଲ୍ମ ହଲିଉଡର କ୍ଲାସିକାଲ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ଅଫିସିୟାଲ ହିନ୍ଦୀ ରିମେକ ଅଟେ। ଏହି ଯୋଡିଙ୍କୁ ତୃତୀୟଥର ପାଇଁ ଏକାଠି ଦେଖିବାକୁ ପାଇବେ ଦର୍ଶକ।

 

 

Share