Categories: ଖେଳ

ଅମିତ, ଦୀପ୍‌ ଗ୍ରେସ୍‌ଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨ା୧୦(ଅନିଲ ଦାସ): ଚାଇନାରେ ଅନୁଷ୍ଠିତ ଏସିୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜେତା ହକି ଖେଳାଳି ଅମୀତ ରୋହିଦାସ ଏବଂ ବ୍ରୋଞ୍ଜ ପଦକ ବିଜୟିନୀ ମହିଳା ହକି ଖେଳାଳି ଦୀପ ଗ୍ରେସ ଏକ୍କାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ରୋହିଦାସଙ୍କୁ ୧.୫ କୋଟି ଏବଂ ଏକ୍କାଙ୍କୁ ୫୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି। ଉଭୟ ଖେଳାଳୀଙ୍କ କୃତିକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି। ସେମାନେ ନିଜର ଉତ୍ସର୍ଗୀକୃତ ମନୋଭାବ, କଠନି ପରିଶ୍ରମ ଓ ଅଦମ୍ୟ ଦକ୍ଷତା ଯୋଗୁ ରାଜ୍ୟ ପାଇଁ ବଡ ଗୌରବ ଆଣିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ ଉପସ୍ଥିତ ରହିବା ସହ ନିଜର କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ପାଇଁ ଦୁଇ ଖେଳାଳିଙ୍କୁ ଅଭିନ୍ଦନନ ଜଣାଇଥିଲେ।
ଅମୀତ ରୋହିଦାସ ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ହକି ଦଳକୁ ବିଜୟୀ କରିବାରେ ନିଜର ଲଗାତର ପ୍ରୟାସ ଜରିରଖି ଦକ୍ଷତାର ପ୍ରମାଣ ଦେଇଛନ୍ତି। ସେ ସୁନ୍ଦରଗଡ ଜିଲା ସହିତ ରାଜ୍ୟ ଓ ଦେଶ ପାଇଁ ଏକ ରୋଲ ମଡେଲ ପାଲଟିଛନ୍ତି। ସେହିପରି ମହିଳା ହକି ଦଳର ତାରକା ଖେଳାଳି ଦୀପ ଗ୍ରେସ ଏକ୍କା ରାଜ୍ୟର ଯୁବ ମହିଳା ଖେଳାଳିଙ୍କ ପାଇଁ ଗର୍ବର ଉତ୍ସ ପାଲଟିଛନ୍ତି। ତାଙ୍କର ନୀରନ୍ତର ଚମତ୍କାର ଦକ୍ଷତା ଭାରତୀୟ ମହିଳା ହକି ଦଳକୁ ବହୁ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ସଫଳତାରେ ଦେବାରେ ଗୁରୁତ୍ୱ ଭୁମିକା ଗ୍ରହଣ କରିଛି। ଉଭୟ ଖେଳାଳି ଏହି ସମ୍ମାନ ପାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ରାଜ୍ୟର ଗୌରବ ବଢାଇବାକୁ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି।

Share