Categories: ଜାତୀୟ

ଅମିତ୍‌ ଖାରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଦାତା ନିଯୁକ୍ତ…

ନୂଆଦିଲ୍ଲୀ,୧୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ ଦାତା ଭାବେ ଅମିତ୍‌ ଖାରେଙ୍କୁ ନିଯୁକ୍ତ କରାଯାଇଛି। ଅମିତ୍‌ ୧୯୮୫ ବ୍ୟାଚ୍‌ର ଆଇଏଏସ୍‌ ଅଫିସର। ସେ ପୂର୍ବରୁ ମାନବ ସମ୍ବଳ ବିକାଶ ସଚିବ, ସୂଚନା ପ୍ରସାରଣ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ସେପ୍ଟେମ୍ବର ୩୦ରେ ସେ ଉଚ୍ଚଶିକ୍ଷା ସଚିବ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ।
୨୦୨୦ରେ ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତିରେ ଅମିତ୍‌ଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସେହିପରି ସୂଚନା ପ୍ରସାରଣ କ୍ଷେତ୍ରରେ ଡିଜିଟାଲ ମିଡ଼ିଆ ରେଗୁଲେଶନ ଆଣିବା କାର୍ଯ୍ୟ ଅମିତ୍‌ଙ୍କ ନେତୃତ୍ୱରେ ସମ୍ପନ୍ନ ହୋଇଥିଲା।

Share