Categories: ଖେଳ

କ୍ୱାର୍ଟରରେ ଅମିତ ପଙ୍ଘାଲ

ବର୍ମିଂହାମ୍‌,୧ା୮: ଭାରତୀୟ ବକ୍ସର ଅମିତ ପଙ୍ଘାଲ ବିଜୟ ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କର ଅଭିଯାନ ଆରମ୍ଭ କରିଛନ୍ତି। ସୋମବାର ସେ ପୁରୁଷ ଫ୍ଲାଇଓ୍ବେଟ୍‌ (୫୧କେଜି) କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପଙ୍ଘାଲ ହେଉଛନ୍ତି ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ବିଜେତା। ସେ ଏକ ସର୍ବ ସମ୍ମତି ରାୟ ଭିତ୍ତିରେ ଭାନୁଆଟୁର ନାମ୍ରି ବେରିଙ୍କୁ ହରାଇଥିଲେ। ଟୋକିଓ ଅଲିମ୍ପିକ୍ସରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ପଙ୍ଘାଲଙ୍କର ଏହା ହେଉଛି ପ୍ରଥମ ବଡ଼ ଟୁର୍ନାମେଣ୍ଟ। ସୋମବାର ୩ ରାଉଣ୍ଡ ବିଶିଷ୍ଟ ବାଉଟ୍‌କୁ ସେ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିଥିଲେ। ତାଙ୍କ ରାଇଟ୍‌ ଓ ଲେଫ୍ଟ ପଞ୍ଚ୍‌ କମ୍ବିନେଶନ ବେଶ୍‌ ପ୍ରଭାବଶାଳୀ ଥିଲା। ବେରୀଙ୍କଠାରୁ ଦୂରତା ବଜାୟ ରଖି ତାଙ୍କୁ ସୁଯୋଗ ଦେଇ ନ ଥିଲେ। ତେବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦ୍ୱିତୀୟ ପଦକ ପାଇଁ ତାଙ୍କୁ ଆଉ ଗୋଟିଏ ବିଜୟ ଆବଶ୍ୟକ। ଗତ ଗୋଲ୍ଡକୋଷ୍ଟ ସଂସ୍କରଣରେ ସେ ଏକ ରୌପ୍ୟ ପଦକ ଲାଭ କରିଥିଲେ।

Share