ଅଲିମ୍ପିକ୍ସରେ ପଦକ ଜିତି ଭୁବନେଶ୍ୱରରେ ପହଞ୍ଚିଲେ ଅମିତ ରୋହିଦାସ: ଜୋରଦାର ସ୍ବାଗତ

ଭୁବନେଶ୍ୱର,୧୬।୮: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଘରକୁ ଫେରିଛନ୍ତି ହକି ତାରକା ଅମିତ ରୋହିଦାସ। ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ଭାଜପା ବିଧାୟକ ବାବୁ ସିଂ, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କିଙ୍କ ସ୍ତ୍ରୀ, କିସ୍‌-କିଟ୍‌ର ଛାତ୍ରୀଛାତ୍ର ଉପସ୍ଥିତ ରହି ତାଙ୍କୁ ବିମାନବନ୍ଦରକୁ ପାଛୋଟି ଆଣିଥିଲେ।
ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଏହାର ସମୃଦ୍ଧ ଇତିହାସ ପୃଷ୍ଠାରେ ଏକ ନୂଆ ଫର୍ଦ୍ଦ ସଂଯୋଗ କରିଛି। ଟୋକିଓ ପରେ ପ୍ୟାରିସରେ ଅର୍ଥାତ୍‌ କ୍ରମାଗତ ୨ଟି ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ଭାରତୀୟ ଦଳ ୫୨ ବର୍ଷର ପୁରୁଣା ସ୍ମୃତିକୁ ତାଜା କରିଛି। ୮ ଥର ସ୍ବର୍ଣ୍ଣ ପଦକ ବିଜେତା ଭାରତ ଏହା ପୂର୍ବରୁ ଶେଷଥର ପାଇଁ ୧୯୬୮ ଓ ୧୯୭୨ କ୍ରମାଗତ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲା। ଏହାପରେ ଥରେ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଛି ଟିମ ଇଣ୍ଡିଆ। ଭାରତୀୟ ହକି ଦଳର ଡବଲ ବ୍ରୋଞ୍ଜ ମେଡାଲିଷ୍ଟ ପଦକ ବିଜେତାଙ୍କ ବିରଳ କ୍ଲବରେ ସାମିଲ ହୋଇଛନ୍ତି ଓଡ଼ିଶାର ତାରକା ଡିଫେଣ୍ଡର ଅମିତ ରୋହିଦାସ। ସେ ଟୋକିଓ ଅଲିମ୍ପିକ୍ସରେ ଖେଳିଥିଲେ ଏବଂ ପ୍ୟାରିସରେ ନିଜ ଦକ୍ଷତା ପ୍ରତିପାଦନ କରିଥିଲେ। କ୍ରମାଗତ ୨ ଥର ଦେଶପାଇଁ ବ୍ରୋଞ୍ଜ ପଦକ ଜିତିଥିବାରୁ ସେ ଅତ୍ୟନ୍ତ ଗର୍ବିତ ବୋଲି ସମ୍ପ୍ରତି ପ୍ୟାରିସରେ ଥିବା ଅମିତ ପ୍ରକାଶ କରିଛନ୍ତି। ସେ ଯେଉଁ କ୍ରୀଡ଼ାକୁ କ୍ୟାରିୟର କରିଛନ୍ତି ସେଥିରେ ଦେଶବାସୀଙ୍କ ମୁହଁରେ ହସ ଫୁଟାଇଥିବାରୁ ଅତ୍ୟନ୍ତ ଆନନ୍ଦିତ। ଏହା କେବଳ ଦେଶବାସୀଙ୍କ ଭଲପାଇବା ଏବଂ ଆଶୀର୍ବାଦ ଯୋଗୁ ସମ୍ଭବ ହୋଇପାରିଲା ବୋଲି ସେ କହିଛନ୍ତି। ଏପରି ସମର୍ଥନ ଏବଂ ଭଲପାଇବା ଜାରି ରହିଲେ ଆଗାମୀ ଦିନରେ ଭାରତୀୟ ହକି ଦଳ ଆହୁରି ଅଧିକ ସଫଳତା ପାଇପାରିବ। ଭାରତ ପଦକ ଜିତିଥିବାରୁ ତାଙ୍କ ପରିବାରଠାରୁ ଆରମ୍ଭ କରି ଓଡ଼ିଶା ଏବଂ ଦେଶବାସୀ ଗର୍ବ ଅନୁଭବ କରୁଛନ୍ତି। ଏହା ତାଙ୍କୁ ବହୁ ପରିମାଣରେ ଗର୍ବିତ କରିଛି ବୋଲି ଅମିତ କହିଛନ୍ତି।
ପ୍ରକାଶଯୋଗ୍ୟ ଯେ, ଗ୍ରେଟ ବ୍ରିଟେନ ବିପକ୍ଷ କ୍ୱାର୍ଟର ଫାଇନାଲରେ ପ୍ରତିପକ୍ଷ ଖେଳାଳିଙ୍କୁ ଆଘାତ ଅଭିଯୋଗରେ ଅମିତଙ୍କୁ ରେଡ କାର୍ଡ ହୋଇଥିଲା। ଫଳରେ ସେ ଜର୍ମାନୀ ବିପକ୍ଷ ସେମିଫାଇନାଲରେ ଖେଳିପାରି ନ ଥିଲେ। ଭାରତ ଏହି ମ୍ୟାଚରେ ହାରି ଯାଇଥିଲା। ଅମିତ ରେଡ କାର୍ଡ ପାଇବାଭଳି ସେମିତି କିଛି ଅପରାଧ କରି ନ ଥିଲେ ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି। ସେ ହେଉଛନ୍ତି ଭାରତୀୟ ଦଳର ପ୍ରଥମ ରଶର। ପେନାଲ୍ଟି କର୍ନର ଶୁଟ୍‌ ବେଳେ ତାହାକୁ ପ୍ରତିରୋଧ କରିବାରେ ରଶରଙ୍କର ବଡ଼ ଭୂମିକା ଥାଏ। ଅମିତ ଥିଲେ ହୁଏତ ଭାରତ ସେମିଫାଇନାଲରେ ହାରି ନ ଥାନ୍ତା ଏବଂ ପଦକର ରଙ୍ଗ ଭିନ୍ନ ହୋଇଥାନ୍ତା ବୋଲି ମତପ୍ରକାଶ ପାଇଛି। କାରଣ ସ୍ପେନ ବିପକ୍ଷ ବ୍ରୋଞ୍ଜ ପଦକ ମୁକାବିଲାରେ ପେନାଲ୍ଟି କର୍ନର ଶୁଟ ସମୟରେ ରକ୍ଷଣଭାଗରେ ଗୋଲକିପର ପି.ଆର. ଶ୍ରୀଜେଶଙ୍କ ସହ ପାହାଡ଼ ସଦୃଶ ଦଣ୍ଡାୟମାନ ହୋଇଥିଲେ ଅମିତ। ଭାରତକୁ ବ୍ରୋଞ୍ଜ ପଦକ ଜିତାଇବାରେ ତାଙ୍କର ବଡ଼ ଭୂମିକା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମ ଥର ପାଇଁ ହେଲା ଏମିତି

ନୂଆଦିଲ୍ଲୀ,୨୨।୯: ଭାରତ ବଡ଼ ବିଜୟ ହାସଲ କରିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

୩ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଏସବୁ ସ୍ଥାନରେ…

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri