Categories: ଜାତୀୟ

ଆସାମରେ ସରକାର ଗଢିବ ଭାଜପା: ଶାହା

ଗୁଆହାଟି,୨୫ ।୨: ଆସାମ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଆସାମ ଗସ୍ତ କରିଛନ୍ତି । ସେ ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଙ୍କ ସମେତ ଅନ୍ୟ ନେତାମାନେ ତାଙ୍କୁ ସ୍ୱାଗତ କରିଥିଲେ । ଏହାପରେ ସେ ନାଗାଓରେ ଥିବା ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥାନ ଯାଇଥିଲେ । ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ ଶାହା କହିଛନ୍ତି କେବଳ ଆସାମ ନୁହେଁ ମୋଦି ସରକାରଙ୍କ ଯୋଗୁ ବିଭିନ୍ନ ରାଜ୍ୟର ବିକାଶ ଆଜି ସମ୍ଭବ ହୋଇପାରିଛି । ତେବେ କଂଗ୍ରେସକୁ ବିଜୟ ଆଣି ଦେବାକୁ କିଛି ଛୋଟ ଛୋଟ ଦଳ ଭାଜପାର ଭୋଟ କାଟିବାକୁ ଚେଷ୍ଟା କରିଥିବା ସେ କହିଛନ୍ତି । ଏହି ସମୟରେ ସେ ବିରୋଧୀ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି କେବଳ ନିର୍ବାଚନ ସମୟରେ କଂଗ୍ରେସ ନିକଟରେ ଏକ ପ୍ରଣାଳୀ ରହିଛି । ତେବେ ଆସାମ ଆନ୍ଦୋଳନ ସମୟରେ କଂଗ୍ରେସ ଯୁବକଙ୍କ ଉପରେ ଗୁଳି ଚଳାଇଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଶାହା କହିଛନ୍ତି ଏଥର ଆସାମରେ ଭାରତୀୟ ଜନତା ପାର୍ଟି(ଭଜପା) ହିଁ ଶାସନ କ୍ଷମତାକୁ ଆସିବ । ଆମକୁ ଆସାମକୁ ବନ୍ୟା ମୁକ୍ତ, ଅନୁପ୍ରବେଶ ମୁକ୍ତ ଓ ହିଂସା ମୁକ୍ତ କରିବାକୁ ପଡିବ । ଆସାମ ସହ ପୂର୍ବୋତ୍ତର ରାଜ୍ୟକୁ ଦେଶର ସବୁଠାରୁ ବଡ ଡିଜିପି ଯୋଗଦାନ କରିବା ଭଳି ଗଠନ କରିବାକୁ ପଡିବ ।

Share