Categories: ଜାତୀୟ

ଭ୍ରଷ୍ଟାଚାର, ଅନୁପ୍ରବେଶ, ଆତଙ୍କବାଦ ମୁକ୍ତ ରାଷ୍ଟ୍ର କେବଳ ମୋଦି ସରକାରଙ୍କ ଦ୍ୱାରା ସମ୍ଭବ: ଶାହା

କୋକରାଝର,୨୪ ।୧: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବେ ଆସାମ ଗସ୍ତରେ ଅଛନ୍ତି । ରବିବାର ଦ୍ୱିତୀୟ ଦିନ ଗସ୍ତରେ ସେ କୋକରାଝରରେ ଏକ ଜନସଭାକୁ ଉଦ୍‌ବୋଧନ ଦେଇଛନ୍ତି । ସେ କହିଛନ୍ତି, ମୋ ରାଜନୈତିକ ଜୀବନକାଳ ମଧ୍ୟରେ ମୁଁ ବହୁ ରାଲି ଦେଖିଛି ହେଲେ ଆଜିର ଏହି ଐତିହାସିକ ରାଲି ମୋ ମନରେ ଅପାର ଶାନ୍ତି ଆଣି ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ବୋଡୋ ଶାନ୍ତି ଚୁକ୍ତିନାମା ସହିତ ପ୍ରଧାନମନ୍ତ୍ରୀ ଏକ ବାର୍ତ୍ତା ଦେଇଛନ୍ତି ଯେ, ଉତ୍ତରପୂର୍ବରେ ଯେଉଁଠି ଅଶାନ୍ତି ଦେଖାଯାଇଛି, ସେଠାରେ ଆଲୋଚନା କରାଯାଉ ଫଳରେ ଶାନ୍ତିର ବାଟ ଫିଟିଯିବ । କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି ଗତ ୫ ବର୍ଷ ମଧ୍ୟରେ ଆସାମରେ ଯେତିକି ବିକାଶ ହୋଇଛି ତାହା ବିଗତ ୭୦ ବର୍ଷ ମଧ୍ୟରେ ହୋଇ ନ ଥିଲା । ଏହା ବ୍ୟତୀତ ସେ କହିଛନ୍ତି ରାଜ୍ୟରେ କେବଳ ଭାଜପା ସରକାର ହିଁ ଦୁର୍ନୀତି ଅନୁପ୍ରବେଶ ଏବଂ ଆତଙ୍କବାଦ ମୁକ୍ତ ସରକାର ଗଠନ କରିପାରିବ ।

Share