Categories: ଜାତୀୟ

ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀରେ ଯୋଗ ଦେଲେ ଶାହ

ଲକ୍ଷ୍ନୌ,୧୩ ।୧୧: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କର ଦୁଇ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଶନିବାର ବାରାଣସୀରେ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ କହିଛନ୍ତି ଦେଶରେ ହିନ୍ଦୀ ଓ ସ୍ଥାନୀୟ ଭାଷାରେ କୌଣସି ବିବାଦ ନାହିଁ । ଏହା ହିନ୍ଦୀ ପ୍ରେମିଙ୍କ ପାଇଁ ସଂକଳ୍ପର ବର୍ଷ ସେଥିପାଇଁ ସ୍ୱଭାଷାକୁ ଆଗକୁ ବଢାନ୍ତୁ । ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଉପସ୍ଥିତ ଥିଲେ । ଆଗାମୀ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଶାହା ଦୁଇ ଦିନିଆ ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି । ବାରାଣସୀରେ କାର୍ଯ୍ୟକ୍ରମକୁ ସମ୍ବୋଧନ ଦେବା ଅବସରରେ ଶାହ କହିଛନ୍ତି ଆମେ ଆଜି ପାଳନ କରୁଛି ସ୍ୱାଧିନତାର ଅମୃତ ମହୋତ୍ସବ । ଏହା ହେଉଛି ଆମ ପୂର୍ବଜଙ୍କ ବଳିଦାନ, ସେମାନେ ସହିଥିବା ଯାତନା ଓ ସେମାନଙ୍କ ସଂଘର୍ଷର ସ୍ମୃତିକୁ ଜୀବିତ କରିବା ଓ ଯୁବ ପିଢିଙ୍କୁ ପ୍ରେରଣା ଦେବାର ଅବସର । ଏହା ସଂକଳ୍ପର ବର୍ଷ ବି । ଚଳିତ ବର୍ଷ ୧୩୦ କୋଟି ଭାରତୀୟଙ୍କୁ ସ୍ଥିର କରିବାର ଅଛି ଯେତବେଳେ ଦେଶ ସ୍ୱାଧିନତାର ୧୦୦ ବର୍ଷ ପାଳନ କରିବ ସେତେବେଳେ ଦେଶ କେମିତି ଥିବ ବିଶ୍ୱରେ ଭାରତର ସ୍ଥାନ କେଉଁଠି ଥିବ ।

Share