Posted inଜାତୀୟ

ବୋମା ବିସ୍ଫୋରଣର ସେଣ୍ଟର ପାଲଟି ଯାଇଛି ପଶ୍ଚିମବଙ୍ଗ, ୨୦୨୫ରେ ପ୍ରଥମ ଭାଙ୍ଗିଯିବ ମମତା ସରକାର: ଶାହା

କୋଲକାତା,୧୪।୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ପଶ୍ଚିମବଙ୍ଗର ବୀରଭୁମି ଜିଲାର ସିଉଡିରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ମମତା ବାନାର୍ଜୀଙ୍କ ସରକାର ଓ ତ୍ରୁଣମୂଳ କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ୨୦୨୫ରେ ପ୍ରଥମେ ମମତା ବାନାର୍ଜୀଙ୍କ ସରକାର ଭାଙ୍ଗିଯିବ। ଏହାସହ ଶାହା ଦାବି କରିଛନ୍ତି କି ଏଥର ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ରାଜ୍ୟରେ ୩୫ରୁ ଅଧିକ ଆସନରେ ବିଜୟୀ ହେବ।
ଶାହା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କହିଛନ୍ତି, ଦିଦି ପଶ୍ଚିମବଙ୍ଗ ଜନତାଙ୍କ ପାଇଁ କାମ କରୁ ନାହାନ୍ତି, ତାଙ୍କର ଲକ୍ଷ୍ୟ ନୁହେଁ ରାଜ୍ୟର ଜନତାଙ୍କ କଲ୍ୟାଣ, ତାଙ୍କର ଏକମାତ୍ର ଲକ୍ଷ୍ୟ ତାଙ୍କ ପୁତୁରାକୁ ମୁଖ୍ୟମନ୍ତ୍ରୀ କରିବା। ହେଲେ ଏହା ସମ୍ଭବ ହେବ ନାହିଁ। ପଶ୍ଚିମବଙ୍ଗର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ଭାଜପାର ହେବେ।
ପଶ୍ଚିମବଙ୍ଗର ଖରାପ ଆଇନ ବ୍ୟବସ୍ଥାକୁ ନେଇ ଶାହା କହିଛନ୍ତି, ଦିଦିଙ୍କ ସାମ୍ନାରେ ପଶ୍ଚିମବଙ୍ଗ ବୋମା ବିସ୍ଫୋରଣର ସେଣ୍ଟର ହୋଇଗଲାଣି। ସେ କହିଛନ୍ତି ନିକଟରେ ଏବେ ଏବେ ଏନଆଇଏ ବୀରଭୂମିରୁ ୮୦ରୁ ଅଧିକ ଡେଟୋନେଟର ଓ ୨୭ ହଜାର କିଲୋ ଆମୋନିୟମ ନାଇଟ୍ରେଟ ଜବତ କରିଛି। ଯଦି ଏନଆଇଏ ଏହାକୁ ଜବତ କରି ନ ଥାଆନ୍ତା ତେବେ କେତେଯେ ନୀରିହ ଜନତାଙ୍କ ଜୀବନ ଯାଇଥାଆନ୍ତା କେହି ଗଣି ପାରି ନ ଥାଆନ୍ତେ। ସଭା ଆରମ୍ଭରୁ ଶାହା ସିଉଡିରେ ବାବା ସାହେବ ଡା.ଭିମରାଓ ଆମ୍ବେଦକରଙ୍କ ଜନ୍ମତିଥିରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବକ୍‌ଫ କମିଟି ବୈଠକ ଅଧାରୁ ପଳାଇଲେ ବିରୋଧୀ

ନୂଆଦିଲ୍ଲୀ,୨୮ା୧୦: ଦିଲ୍ଲୀ ଓ୍ବକ୍‌ଫ ବୋର୍ଡ ରିପୋର୍ଟକୁ ବିରୋଧ କରି ବିରୋଧୀ ସଦସ୍ୟମାନେ ସୋମବାର ଓ୍ବକ୍‌ଫ ବିଲ୍‌ ବୈଠକରୁ ଉଠିଯାଇଥିଲେ। ଯୁଗ୍ମ ସଂସଦୀୟ କମିଟି ଅଧ୍ୟକ୍ଷ ତଥା...

ଏତିକି ଟଙ୍କା ପାଇଁ ସ୍ବାମୀଙ୍କୁ ମାରି ଦେଲେ ସ୍ତ୍ରୀ: ଆଉ ତା’ପରେ ମୃତଦେହ ନେଇ..

ବେଙ୍ଗାଲୁରୁ ,୨୮ା୧୦:କର୍ନାଟକର କୋଡାଗୁ ଜିଲା ଅନ୍ତର୍ଗତ ଏକ କଫି ବଗିଚାରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ୩ ସପ୍ତାହ ପୂର୍ବରୁ ମିଳିଥିଲା। ପୋଲିସ ଏହା ଉପରେ...

ଉଦ୍ଧବ ଠାକରେଙ୍କୁ ବଡ଼ ଝଟ୍‌କା: ଟିକେଟ୍‌ ମିଳିବା ପରେ ନାଁ ପ୍ରତ୍ୟାହାର କଲେ ପ୍ରାର୍ଥୀ: ଏବେ ଏକନାଥ ଶିନ୍ଦେଙ୍କୁ ସମର୍ଥନ

ପୁଣେ,୨୮।୧୦: ମହାରାଷ୍ଟ୍ରରେ ନିର୍ବାଚନ ତାତି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସମ୍ଭାଜିନଗର ସେଣ୍ଟ୍ରାଲରୁ ଉଦ୍ଧବ ଠାକରେଙ୍କ ଦଳର ପ୍ରାର୍ଥୀ ତାଙ୍କ ନାମ ପ୍ରତ୍ୟାହାର...

ଭଙ୍ଗା-ଗଢା ରାଜନୀତି କରୁଛି ଭାଜପା: ସଞ୍ଜୟ ରାଉତ

ମୁମ୍ବାଇ,୨୮।୧୦: ଶିବସେନାର ରାଜ୍ୟ ସଭା ଏମପି (ଉଦ୍ଧବ ବାଲାସାହେବ ଠାକରେ) ଏବଂ ଦଳର ମୁଖପାତ୍ର ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ଦଳ ଭାଙ୍ଗି...

ସ୍ପେନିସ ଫୁଟବଲକୁ ନେଇ ଏମିତି କହିଲେ ମୋଦି

ବଦୋଦରା,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ସୋମବାର ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ କ୍ୟାମ୍ପସରେ C-295 ବିମାନ ଉତ୍ପାଦନ...

ଭୋଟ ପୂର୍ବରୁ ମାଗଣା ବିଜୁଳି, ଋଣ ଛାଡ ଭଳି ଲଲିପପ ଦେଖାଉଛନ୍ତି ନେତା!

ରାଞ୍ଚି,୨୮।୧୦: ଝାଡ଼ଖଣ୍ଡର ୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସିବା ମାତ୍ରେ ଗୋଡ୍ଡା ଜିଲାର ପଥରଗାମା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଅବିଶ୍ୱାସର ଭାବନା ସୃଷ୍ଟି...

ମୁହଁ ଖୋଲିଲେ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼, କହିଲେ କ’ଣ ହୋଇଥିଲା ଆଲୋଚନା

ନୂଆଦିଲ୍ଲୀ,୨୮ା୧୦: ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବାସଭବନକୁ ଆସିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼। ଏହି ଘଟଣାକୁ ନେଇ...

ଓ୍ବେଟିଂ ଲିଷ୍ଟ କନଫର୍ମ ହେବ କି ନା, ଟିକେଟରେ ଥିବା କୋଡ ଦେଖି ନିଜେ କରିପାରିବେ ଚେକ୍‌

ନୂଆଦିଲ୍ଲୀ,୨୮।୧୦: ଦୀପାବଳି ସମୟରେ ପ୍ରାୟ ସବୁ ଟ୍ରେନରେ ଯାତ୍ରୀଙ୍କ ଭିଡ ପରିଲକ୍ଷିତ ହୋଇଥାଏ। ବିଶେଷକରି ଉତ୍ତର ପ୍ରଦେଶ-ବିହାର ଯାଉଥିବା ଟ୍ରେନରେ କନଫର୍ମ ଟିକେଟ ପାଇବା କଷ୍ଟକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri