Categories: ଜାତୀୟ

ଜୀବନରେ କେବେ ଦେଖି ନ ଥିଲି ଏମିତି ରୋଡ ଶୋ’: ଶାହା

କୋଲକାତା,୨୦ ।୧୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ୨ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ରବିବାର ବୋଲପୁରରେ ଆୟୋଜିତ ଏକ ମେଗା ରୋଡ ଶୋ’ରେ ଯୋଗ ଦେଇଛନ୍ତି । ଏହି ରୋଡ ଶୋ’ରେ ଭାଗ ନେଇ ସେ କହିଛନ୍ତି ଜୀବନରେ ଏମିତି ରୋଡ ଶୋ’ ମୁଁ କେବେ ଦେଖି ନ ଥିଲି । ପଶ୍ଚିମବଙ୍ଗବାସୀ ଏବେ ପରିବର୍ତ୍ତନ ଚାହୁଁଛନ୍ତି । ଏହାସହ ଏଠାକାର ଲୋକଙ୍କର ମୋଦିଙ୍କ ପ୍ରତିଥିବା ଭଲପାଇବା ସ୍ପଷ୍ଟଭାବେ ବାରି ହୋଇପଡୁଛି । ସେଠାରେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କହିଛନ୍ତି ଆଗାମୀ ନିର୍ବାଚନରେ ଭଣଜାଙ୍କ ଦାଦାଗିରିକୁ ଶେଷ କରିବାକୁ ପରିବର୍ତ୍ତନର ଆବଶ୍ୟକତା ରହିଛି । ସେହିପରି ଅନୁପ୍ରବେଶକାରୀଙ୍କୁ ହଟାଇବା ପାଇଁ ପରିବର୍ତ୍ତନ କରାଯିବ । ଭାରତ ମାତା କି ଜୟ ଓ ଜୟ ଶ୍ରୀରାମ ସ୍ଲୋଗାନ ମଧ୍ୟରେ ଶାହା କହିଥିଲେ ଲୋକେ ପରିବର୍ତ୍ତନ ପାଇଁ ମନରେ ସ୍ଥିର କରି ସାରିଲେଣି । ଏହା କେବଳ ବ୍ୟକ୍ତି ବିଶେଷଙ୍କ ପରିବର୍ତ୍ତନ ନୁହେଁ ବରଂ ସାରା ରାଜ୍ୟର ପରିବର୍ତ୍ତନ । ଏଠାରେ ରାଜନୈତିକ ହିଂସା ଶେଷ କରିବାକୁ ବି ପରିବର୍ତ୍ତନ ହେବ । ଏହାସହ ସେ ଜନତାଙ୍କୁ କହିଥିଲେ କି ଆପଣମାନେ ଆମକୁ ଭୋଟ ଦିଅନ୍ତୁ ଆମେ ପଶ୍ଚିମବଙ୍ଗକୁ ବିକାଶ ଦିଗରେ ଅଗ୍ରସର କରାଇବୁ । ଆମେ ବୋଷ ଓ ଟାଗୋର ସ୍ୱପ୍ନ ରାଜ୍ୟ ବନାଇବୁ ।

Share