Categories: ଜାତୀୟ

ବୋଲପୁରରେ ଶାହାଙ୍କ ମେଗା ରୋଡ ଶୋ’

କୋଲକାତା,୨୦ ।୧୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତର ରବିବାର ହେଉଛି ଦ୍ୱିତୀୟ ଦିନ । ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରସ୍ତୁତି ଦେଖିବା ପାଇଁ ଶାହା ସେଠାକୁ ଯାଇଥିବା କୁହାଯାଏ । ରବିବାର ସେ ବୀରଭୂମୀରେ ପହଞ୍ଚିବା ସହ ଶାନ୍ତି ନିକେତନ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ପହଞ୍ଚି ସେଠାରେ ସେ ରବିନ୍ଦ୍ରନାଥ ଭବନରେ ରବିନ୍ଦ୍ରନାଥ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହାସହ ବିଶ୍ୱବିଦ୍ୟାଳୟେରେ ଆୟୋଜିତ ଏକ ସଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ ଶାହା ବୋଲପୁରରେ ଆୟୋଜିତ ଏକ ମେଗା ରୋଡ ଶୋ’ରେ ଯୋଗ ଦେଇଛନ୍ତି । ଏଥିରେ ବହୁ ସଂଖ୍ୟାରେ ଜନତାଙ୍କୁ ଦେଖିବା ପରେ ଏହା ଶାସକ ତ୍ରୁଣମୂଳ ଉପରେ କିଛିଟା ପ୍ରଭାବ ପକାଇପାରେ ବୋଲି ଅନୁମାନ କରାଯାଉଛି । ଏହି ରୋଡ ଶୋ’ରେ ଶାହାଙ୍କ ସହ କୈଳାଶ ବିଜୟଭର୍ଗିୟ, ଦିନେଶ ଘୋଷ ଓ ଅନ୍ୟମାନେ ଉପସ୍ଥିତ ଅଛନ୍ତି ।

Share