ନୂଆଦିଲ୍ଲୀ,୧୮ ।୩: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ଶୁକ୍ରବାର ଅମିତ ଶାହା କହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟ(ଏନଡିଏ) ୨୦୨୪ରେ ବି ସରକାର ଗଠନ କରିବ ଓ ନରେନ୍ଦ୍ର ମୋଦି ତୃତୀୟଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ହେବେ ।
ଅମିତ ଶାହା ଏକ କାର୍ଯ୍ୟକ୍ରମରେ କହିଛନ୍ତି, ନରେନ୍ଦ୍ର ମୋଦି ସରକାର ଆସିବା ପରେ ୩ଟି ମୁଖ୍ୟ ପ୍ରସଙ୍ଗ ଜମ୍ମୁ-କଶ୍ମୀର, ପୂର୍ବୋତ୍ତର ଓ ନକ୍ସଲ ସମସ୍ୟାର ବଡ ସମାଧାନ କରାଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ପାକିସ୍ତାନରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ କରିବା ପରେ କୌଣସି ବୈଦେଶିକ ଶକ୍ତି ଦେଶର ଆନ୍ତରିକ ମାମଲାରେ ହସ୍ତକ୍ଷେପ କରିବାକୁ ସାହସ କରି ନାହାନ୍ତି ।