Posted inଜାତୀୟ

‘ବିରୋଧୀ ଯେତେ ଏକଜୁଟ ହୁଅନ୍ତୁ ନା କାହିଁକି, ମୋଦି ହିଁ ୨୦୨୪ରେ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ’

ନୂଆଦିଲ୍ଲୀ,୨୩।୬: ୨୦୨୪ ନିର୍ବାଚନ ପାଇଁ ବିହାରର ପାଟନାରେ ଶୁକ୍ରବାର ବିରୋଧୀ ଦଳର ବୈଠକ ଅନୁଷ୍ଠିତ ହୋଇଛି। ଏହାକୁ ନେଇ ବର୍ତ୍ତମାନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ୨୦୨୪ରେ ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଜମ୍ମୁରେ ଅନେକ ପ୍ରକଳ୍ପର ମୂଳଦୁଆ ପକାଇବା ଅବସରରେ ଅମିତ ଶାହା ମଧ୍ୟ ବିରୋଧୀ ଏକତା ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି , ବିରୋଧୀ ଯାହା ବି କରିବା କଥା କରନ୍ତୁ ହେଲେ ୨୦୨୪ରେ ମୋଦି ଜି ୩୦୦ରୁ ଅଧିକ ସିଟ୍‌ରେ ଜିତିବା ନିଶ୍ଚିତ। ଏହି ସମୟରେ ଅମିତ ଶାହା କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଘଟଣା ଏବଂ ଧାରା ୩୭୦ ଧାରା ଉଚ୍ଛେଦ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।

ଜମ୍ମୁରେ ଲୋକଙ୍କୁ ସମ୍ବୋଧିତ କରି ଶାହା କହିଛନ୍ତି, ଆଜି ପାଟନାରେ ଏକ ଫଟୋ ମିଶନ ଚାଲିଛି। ସମସ୍ତ ବିରୋଧୀଦଳ ନେତା ଗୋଟିଏ ମଞ୍ଚକୁ ଆସୁଛନ୍ତି ଏବଂ ଏକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ ଆମେ ଭାଜପା ଏବଂ ମୋଦି ଜିଙ୍କୁ ଚ୍ୟାଲେଞ୍ଜ କରିବୁ। ମୁଁ ବିରୋଧୀ ନେତାଙ୍କୁ କହିବାକୁ ଚାହୁଁଛି ଯେ ଆପଣ ଯେତେ ବି ହାତ ମିଶାନ୍ତୁ ନା କାହିଁକି, ଆପଣ ଏକାଠି ହୋଇପାରିବେ ନାହିଁ ଏବଂ ଆପଣ ଆସିଲେ ମଧ୍ୟ ଏହା ନିଶ୍ଚିତ ଯେ ୨୦୨୪ରେ ମୋଦି ଜୀ ୩୦୦ରୁ ଅଧିକ ସିଟ୍‌ରେ ଜିତିବେ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁମାନଙ୍କ ଭାବନା ସହ ଖେଳାଯାଇଛି, ରବିଶଙ୍କର କହିଲେ କେବଳ ଲଡୁ ନୁହେଁ…

ହାଇଦ୍ରାବାଦ,୨୨ା୯: ତିରୁପତି ବାଲାଜୀଙ୍କ ଲଡୁକୁ ନେଇ ତୁଟୁନି ବିବାଦ। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର। ୧୮୫୭ ସିପାହୀ ବିଦ୍ରୋହ...

ପରାସ୍ତ ହେବ ଚାଇନା, କ୍ୱାଡ୍‌ ସମ୍ମିଳନୀରେ ମିଳିଲା ନେତାଙ୍କ ବଡ଼ ସଙ୍କେତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୯: କ୍ୱାଡ୍‌ ନେତାଙ୍କ ମିଳିତ ବିବୃତ୍ତିରେ ବଡ଼ ସଙ୍କେତ ମିଳିଛି। କ୍ୱାଡ୍‌ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ।...

ଦିଲ୍ଲୀରେ ରହିବାକୁ ମୋର ଘର ନାହିଁ, କାହିଁକି ଏମିତି କହିଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୨ା୯: ଆମ୍‌ ଆଦ୍‌ମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ରବିବାର ଦିଲ୍ଲୀର ଜନ୍ତରମନ୍ତରରେ ଆୟୋଜିତ ହୋଇଥିବା ‘ଜନତା କି ଅଦାଲତ’ରେ ଭାଗ ନେଇଥିଲେ। ଏହା...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ପୁଣି ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର, ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ…

ଲକ୍ଷ୍ନୌ,୨୨ା୯: ପୁଣି ଟ୍ରେନ୍‌ ଟ୍ରାକ୍‌ରୁ ଏକ ଗ୍ୟାସ୍‌ ସିଲିଣ୍ଡର୍‌ ମିଳିଛି। ଦୁର୍ବୃତ୍ତମାନେ ଟ୍ରାକ୍‌ରେ ସିଲିଣ୍ଡର ରଖି ଏକ ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା କରିଥିଲେ।...

‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ କ’ଣ ରହିବ ବିଜେଡିର ପକ୍ଷ? ନବୀନ କହିଲେ ସମୟ ନେବୁ…

ଭୁବନେଶ୍ୱର,୨୨।୯: ଦେଶରେ ‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ ବିତର୍କ ଆରମ୍ଭ ହୋଇଛି। ଏକକାଳୀନ ନିର୍ବାଚନକୁ ନେଇ ମୋଦି କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଏବେ...

ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ...

ଭାରତକୁ ଇଲିଶି ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ, ଦୂର୍ଗାପୂଜା ପାଇଁ ଆସିବ ଏତେ ମାଛ…

ନୂଆଦିଲ୍ଲୀ,୨୨।୯: ଭାରତକୁ ଇଲିଶି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିଶି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri