Categories: ଜାତୀୟ

ଗୀତା ପ୍ରେସ ବିବାଦ ଉପରେ ପ୍ରତିକ୍ରିୟା ରଖିଲେ ଅମିତ ଶାହା

ନୂଆଦିଲ୍ଲୀ,୧୯।୬: ଗୋରଖପୁର ସ୍ଥିତ ପ୍ରସିଦ୍ଧ ଗୀତା ପ୍ରେସକୁ ୨୦୨୧ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ଘୋଷଣା ପରେ ଭାଜପା ଓ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଏହି ନିଷ୍ପତ୍ତିକୁ କଂଗ୍ରେସ ସମାଲୋଚନା କରିଛି। ବର୍ତ୍ତମାନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ପ୍ରସଙ୍ଗରେ ଟୁଇଟ କରିଛନ୍ତି। ସୋମବାର କହିଛନ୍ତି , ଯଦି ଭାରତର ଗୌରବମୟ ପ୍ରାଚୀନ ସନାତନ ସଂସ୍କୃତି ଏବଂ ଆଧାର ଗ୍ରସ୍ଥକୁ ଯଦି ଆଜି ଆଜି ସହଜରେ ପଢା ହୋଇପାରିବ, ତେବେ ଏଥିରେ ଗୀତା ପ୍ରେସର ଏକ ତୁଳନାତ୍ମକ ଅବଦାନ ରହିଛି।

ଶାହା ଆହୁରି ମଧ୍ୟ କହିଛନ୍ତ, ୧୦୦ବର୍ଷରୁ ଅଧିକ ସମୟ ଧରି ଗୀତା ପ୍ରେସ ରାମଚରିତ ମାନସ ଠାରୁ ଶ୍ରୀମଦ ଭାଗବଦ ଗୀତା ପର୍ଯ୍ୟନ୍ତ ଅନେକ ପବିତ୍ର ଗ୍ରନ୍ଥ ନିଃସ୍ବାର୍ଥ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବାରେ କାର୍ଯ୍ୟ କରିଛି। ଗାନ୍ଧୀ ଶାନ୍ତି ପୁରସ୍କାର ୨୦୨୧ ଗ୍ରହଣ କରୁଥିବା ଗୀତା ପ୍ରେସ ସେମାନଙ୍କ ତରଫରୁ କରାଯାଉଥିବା ଏହି ଭାଗୀରଥ କାର୍ଯ୍ୟ ପାଇଁ ଏକ ସମ୍ମାନ। ଅହିଂସା ତଥା ଅନ୍ୟାନ୍ୟ ଗାନ୍ଧୀ ପ୍ରଣାଳୀ ମାଧ୍ୟମରେ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ପରିବର୍ତ୍ତନ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୀତା ପ୍ରେସକୁ ଏହି ପୁରସ୍କାର ପ୍ରଦାନ କରାଯିବ।

 

Share