Categories: ଜାତୀୟ

ଜମ୍ମୁ-କଶ୍ମୀର ପାଇଁ ପ୍ରୋଟୋକଲ୍‌ ଭାଙ୍ଗିବେ ଶାହା

ଶ୍ରୀନଗର, ୨୫।୧୦: ୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯାଇଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ପୁଲ୍‌ଓ୍ବାମା ଜିଲାର ଶହୀଦ ସ୍ମାରକଠାରେ ସିଆର୍‌ପିଏଫ୍‌ ଯବାନମାନଙ୍କ ସହ ରାତି କଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ତାଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସୋମବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫଳରେ ଶାହା ୩ ଦିନ ବଦଳରେ ୪ ଦିନ ଉପତ୍ୟକାରେ ରହିବେ।

୨୦୧୯ରେ ପୁଲ୍‌ଓ୍ବମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୪୨ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ। ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଶାହା ଲେଥପୋରା ଶହୀଦ ସ୍ମାରକୀ ସ୍ଥଳରେ ରାତ୍ରିଯାପନ କରିବାକୁ ନିଷ୍ପତ୍ତି ନେଇଥିବା ଜଣେ ଅଧିକାରୀ କହିଛନ୍ତି। ସେଠାରେ ସେ ଯବାନମାନଙ୍କ ସହ ରାତ୍ର ଭୋଜନ କରିବେ।

Share