Categories: ଜାତୀୟ

ଏମ୍ସରେ ଅମିତ ଶାହା

ନୂଆଦିଲ୍ଲୀ,୧୮।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଭର୍ତ୍ତି ହୋଇଛନ୍ତି। କରୋନାରୁ ସୁସ୍ଥ ହେବା ପରେ ଏହାର ପରବର୍ତ୍ତି ଚିକିତ୍ସା ଲାଗି ସେ ଏମ୍ସରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଅଗଷ୍ଟ ପ୍ରଥମ ସପ୍ତାହରେ ସେ କରୋନାରେ ସଂକ୍ରମିତ ଥିବା ଜଣାପଡିବା ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଅଗଷ୍ଟ ୧୪ରେ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିଥିଲା। ଏହି ସମୟରେ ସେ କହିଥିଲେ କିଛିଦିନ ପାଇଁ ସେ ହୋମ୍‌ ଆଇସୋଲେଶନରେ ରହିବେ। ଏବେ ସେ ଏମ୍ସରେ ଭର୍ତ୍ତି ହେବା ପରେ ତାଙ୍କ ପ୍ରଶଂସକ ଓ ଶୁଭେଚ୍ଛୁ ଶାହାଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। ଏବେ ସେ ସୁସ୍ଥ ଥିବା ସହ ଏମ୍ସରେ ରହି କାମ କରୁଥିବା ଜଣାପଡିଛି।

Share