ନୂଆଦିଲ୍ଲୀ,୬।୭: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମିଳିଛି ଆଶ୍ୱସ୍ତି। ତାଙ୍କ ନାଁରେ ରୁଜୁ ହୋଇଥିବା ମାମଲାର ଚାର୍ଜସିଟ୍ରୁ ତାଙ୍କ ନାଁ ହଟାଯାଇଛି। ମଡେଲ କୋଡ ଅଫ କଣ୍ଡକ୍ଟ (MCC) ଉଲ୍ଲଂଘନ ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କୁ ଆଶ୍ୱସ୍ତି ମିଳିଛି। ତେଲେଙ୍ଗାନାର ମୋଗଲପୁରା ପୋଲିସ ଦାଖଲ କରିଥିବା ଚାର୍ଜସିଟରୁ ଅମିତ ଶାହା ଏବଂ କିଶନ ରେଡ୍ଡୀଙ୍କ ନାମ ହଟାଇ ଦିଆଯାଇଛି।
କଂଗ୍ରେସ ନେତା ଜି ନିରଂଜନ ରେଡ୍ଡୀଙ୍କ ଅଭିଯୋଗ ଆଧାରରେ ହିସାନାର ମୋଗଲପୁରା ପୋଲିସ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ତଥା କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, କିଶନ ରେଡ୍ଡୀ ଏବଂ ଅନ୍ୟମାନଙ୍କ ବିରୋଧରେ ମୋଗଲପୁରା ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ। ଯେଉଁଥିରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି ଯେ, ରାଜନୈତିକ ଦଳମାନେ ନାବାଳକଙ୍କୁ ନିର୍ବାଚନ ସଭା ତଥା କିମ୍ବା ରାଲି ପାଇଁ ବ୍ୟବହାର କରିବା ଉଚିତ ନୁହେଁ।
ଅକ୍ଟୋବର ୧ରେ ହାଇଦ୍ରାବାଦ ଲୋକ ସଭା ନିର୍ବାଚନମଣ୍ଡଳୀରେ ଶାଲି ବୃନ୍ଦା ସୁଧା ଟକିରେ ଆୟୋଜିତ ଅମିତ ଶାହାଙ୍କ ନିର୍ବାଚନ ରାଲିରେ କିଛି ନାବାଳକଙ୍କୁ ମଞ୍ଚକୁ ଡକାଯାଇଥିଲା। ଏବଂ ସେମାନଙ୍କ ସହ ଭାଜପାର ନିର୍ବାଚନ ପ୍ରତୀକ ଦେଖାଯାଇଥିବା ଅଭିଯୋଗ ହୋଇଛି। ସେହି ଦିନ ରାଜ୍ୟ କଂଗ୍ରେସ କମିଟିର ବରିଷ୍ଠ ଉପସଭାପତି ତଥା ନିର୍ବାଚନ ଆୟୋଗ ସମନ୍ବୟ କମିଟିର ସଭାପତି ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ।
ଏହି ମାମଲାରେ ଅମିତ ଶାହାଙ୍କ ବ୍ୟତୀତ ଟି ୟମାନ ସିଂ, ଭାଜପାର ବରିଷ୍ଠ ନେତା ଜି କିଶନ ରେଡ୍ଡୀ ଏବଂ ବିଧାୟକ ଟି ରାଜା ସିଂଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା। ଭାରତୀୟ ଦଣ୍ଡବିଧି ସଂହିତା ଧାରା ୧୮୮ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା ।