Categories: ଜାତୀୟ

୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଅମିତ ଶାହ

ନୂଆଦିଲ୍ଲୀ,୨୪।୫: ବାତ୍ୟା ‘ୟାସ’ ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ସୋମବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବାତ୍ୟା ମୁକାବିଲାର ସମୀକ୍ଷା କରିଛନ୍ତି। ବାତ୍ୟା ପ୍ରଭାବିତ ହେବାକୁ ଥିବା ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଶାହ ।

ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌ ଜଗନମୋହନ ରେଡ୍ଡୀଙ୍କ ସହ ଆଣ୍ଡାମାନ-ନିକୋବର ଉପରାଜ୍ୟପାଳ ଉପସ୍ଥିତ ଥିଲେ । ବୈଠକରେ ଶାହ କରୋନା ମହାମାରୀରେ ବାତ୍ୟା ମୁକାବିଲା କରିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଥିପ୍ରତି ଦୃଢତାର ସହ ମୁକାବିଲା କରିବାକୁ କହିଥିଲେ। ଏପରିକି କୋଭିଡ୍‌ ହସ୍ପିଟାଲରେ ଯେପରି ସମସ୍ୟା ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଶାହ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇଥିଲେ। ବାତ୍ୟା ସମୟରେ ବିଜୁଳି କଟିଗଲେ କରୋନା ହସ୍ପିଟାଲ, କୋଭିଡ୍‌କେୟାର ସେଣ୍ଟର ବିଶେଷକରି ଆଇସିୟୁରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ଉପରେ ଶାହ ଗୁରୁତ୍ୱାରୋପ କରିଥିଲେ। ଏପରି କି ଆବଶ୍ୟକତା ଅନୁଯାୟୀ ରାଜ୍ୟଗୁଡିକୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସହ ସଶସ୍ତ୍ର ବାହିନୀ ଏବଂ ପାରା-ମିଲିଟାରୀ କର୍ମଚାରୀ, ରିଲିଫ ଉପକରଣ ଯୋଗାଇ ଦିଆଯିବ ବୋଲି ଶାହ କହିଥିଲେ।

Share